ଘଣ୍ଟାଏରେ ଖେଳ ଖତମ୍ : ଜାମ୍ମୁ ଓ କାଶ୍ମୀରରୁ ହଟିଲା ଧାରା ୩୭୦

ସତ୍ୟପାଠ ବ୍ୟୁରୋ : ମାତ୍ର କେଇ ଘଂଟା ଭିତରେ ସାରା ଦେଶ ଏକ ବଡ ଖବର ଦେଖିବାକୁ ପାଇଛି । ଆଜି ଦିନ ୧୦ଟାରୁ ୧୧ଟା ଭିତରେ ଅର୍ଥାତ ମାତ୍ର ଘଂଟାଏରେ ଜାମ୍ମୁ ଓ କାଶ୍ମୀରରୁ ହଟିଲା ଧାରା ୩୭୦ ।

ସକାଳ ସାଢ଼େ ୯ଟାରେ କ୍ୟାବିନେଟ ବୈଠକ ଆରମ୍ଭ । ସାଢ଼େ ଦଶଟାରେ ବୈଠକ ଶେଷ । ଦିନ ୧୧ଟାରେ ରାଜ୍ୟସଭାରେ ଗୃହମନ୍ତ୍ରୀଙ୍କ କାଶ୍ମୀରକୁ ନେଇ ଘୋଷଣା । ଆଉ ସାଢ଼େ ୧୧ଟାରେ କ୍ୟାବିନେଟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ ଗେଜେଟ ଜାରୀ ।

ମାତ୍ର କିଛି ସମୟ ଭିତରେ ଏହି ବଡ ଖବର ସାରା ଦେଶରେ ହଡକମ୍ପ ସୃଷ୍ଟି କରିଛି । ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତି ନେବା ପରେ ଏହାକୁ ଗେଜେଟରେ ପରିଣତ କରିବାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ରାଷ୍ଟ୍ରପତି ଏହାକୁ ତୁରନ୍ତ ମଂଜୁରୀ ଦେଇଛନ୍ତି । ଏହାସହ ଏହା ଗେଜେଟ ଆଇନରେ ପରିଣତ ହୋଇଛି ।

Related Posts