ଅଲଗା ହେଲା ଲଦାଖ , ଜାମ୍ମୁ ଓ କାଶ୍ମୀର ହେବ କେନ୍ଦ୍ର ଶାସିତ ଅଞ୍ଚଳ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରକୁ ନେଇ ପ୍ରତି ମୁହୁର୍ତ୍ତରେ ବଡ ଖବର ସାମ୍ନାକୁ ଆସୁଛି । କିଛି ସମୟ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଥିବା ବେଳେ ଏବେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।

ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ଉପସ୍ଥାପନ କରିଛନ୍ତିି । ଏହାସହ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ ଓ ଏଠାରେ ବିଧାନସଭା ରହିବ । କିନ୍ତୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେଲେ ବି ଏଠାରେ ବିଧାନସଭା ରହିବ ନାହିଁ ବୋଲି କେନ୍ଦ୍ର ପ୍ରସ୍ତାବରେ ଦର୍ଶାଯାଇଛି ।

ଅମିତ ଶାହାଙ୍କ ସ୍ୱାକ୍ଷରିତ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି, ନିଜସ୍ୱ ଆଶାଆଙ୍କାକ୍ଷା ପୂରଣ ପାଇଁ ନିମନ୍ତେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାହ୍ୟା ମିଳୁ ବୋଲି ବହୁ ଦିନରୁ ଲଦାଖବାସୀଙ୍କର ଦାବି ପଡ଼ି ରହିଥିଲା। ପ୍ରସ୍ତାବରେ ଆହୁରି ଉଲ୍ଲେଖ ରହିଛି ଯେ ଜମ୍ମୁ ଓ କଶ୍ମୀର ରାଜ୍ୟରେ ସୀମାପାରି ଆତଙ୍କବାଦ ଦ୍ୱାରା ପ୍ରେରିତ ସାମ୍ପ୍ରତିକ ଅଭ୍ୟନ୍ତରୀଣ ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଏକ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯିବ।

Related Posts