ଏସପି-ଆରଏଲଡିର ମିଳିତ ପ୍ରାର୍ଥୀ ହୋଇ ରାଜ୍ୟସଭାକୁ ଯିବେ ଜୟନ୍ତ ଚୌଧୁରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆରଏଲଡି ନେତା ଜୟନ୍ତ ଚୌଧୁରୀ ରାଜ୍ୟସଭାକୁ ଯିବେ । ସେ ସେଠାରେ ସମାଜବାଦୀ ପାର୍ଟି (ଏସପି) ଏବଂ ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ର ମିଳିତ ପ୍ରାର୍ଥୀ ହେବେ। ଏନେଇ ସମାଜବାଦୀ ପାର୍ଟି ଏକ ଟ୍ୱିଟ କରି ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ ଜୟନ୍ତ ଏସପି ଏବଂ ଆରଏଲଡିରୁ ରାଜ୍ୟସଭାର ମିଳିତ ପ୍ରାର୍ଥୀ ହେବେ।

ସେପଟେ ବିଧାନସଭା ନିର୍ବାଚନରେ ପରାଜୟ ପରେ ଜୟନ୍ତଙ୍କୁ ଏସପି-ଆରଏଲଡିର ମିଳିତ ପ୍ରାର୍ଥୀ କରିବା ତାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ବିଧାନସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଗଠନ କରୁଥିବାବେଳେ ଜୟନ୍ତ ଏସପି ମୁଖ୍ୟଙ୍କୁ ରାଜ୍ୟସଭାକୁ ପଠାଇବାକୁ ଦାବି କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts