ଜେସିବିର ଅର୍ଥ ହେଉଛି ଜିହାଦ କଣ୍ଟ୍ରୋଲ ବୋର୍ଡ: ବିଜେପି ନେତା ନରସିମା ରାଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାମ ନବମୀ ଅବସରରେ ଦେଶର ଅନେକ ସ୍ଥାନମାନଙ୍କରେ ହିଂସାକାଣ୍ଡ ହୋଇଥିଲା । ସେପଟେ ଦଙ୍ଗା ହୋଇଥିବାର ସ୍ଥାନମାନଙ୍କରେ ବିଜେପି ତା’ର ବୁଲଡୋଜର ନିତି ଆପଣାଇଥିଲା । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ବିଜେପି ନେତା ନରସିମା ରାଓ ବଡ଼ ବୟାନ ଦେଇଛନ୍ତି । ତେବେ ଜେସିବିର ଅର୍ଥ ଏକ ଭାରୀ ଗାଡ଼ି ବା ବୁଲଡୋଜରକୁ ବୁଝାଉଥିବା ବେଳେ ଏହାର ଏକ ଭିନ୍ନ ଅର୍ଥ କାଢ଼ି ଟ୍ବିଟ କରିଛନ୍ତି ନରସିମା ରାଓ ଦେଖାଯାଇଛି। ସେପଟେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଶନିବାର ହୋଇଥିବା ହିଂସା ପରେ ଆଜି ପୁଣି ଏହି ଅଞ୍ଚଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଆଜି ସକାଳୁ ସକାଳୁ ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର୍ ରାଜା ଇକ୍ବାଲ୍ ସିଂହ କହିଥିଲେ ଯେ, ସମଗ୍ର ଦିଲ୍ଲୀରେ ଜବରଦଖଲ ବିରୋଧୀ ଅଭିଯାନ ଚାଲିବ। ଏହି ଅଭିଯାନ ଲାଗି ଆମେ ନିରାପତ୍ତା ପାଇଁ ଅନୁରୋଧ କରିଛୁ। ତେବେ ଜାହାଙ୍ଗୀରପୁରୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ବନ୍ଦ କରାଇବା ସହ ଆଗାମୀକାଲି ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦର୍ଶାଇ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ଲାଗି ଆଗତ ପିଟିସନ୍ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ବରିଷ୍ଠ ଆଡ୍ଭୋକେଟ୍ ଦୁଷ୍ୟନ୍ତ ଦାୱେ କହିଛନ୍ତି, ଜାହାଙ୍ଗୀରପୁରୀ ଅଞ୍ଚଳରେ ସମ୍ପୂର୍ଣ୍ଣ ଅଣସ୍ବୀକୃତ ଅସାମ୍ବିଧାନିକ ଉଚ୍ଛେଦ ଆଦେଶ ଦିଆଯାଇଛି ।

Related Posts