(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: (୧୮/୦୪) : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ଏଜେନ୍ସି NTA ଏପ୍ରିଲ ମାସରେ ହେବାକୁ ଥିବା JEE Main ପରୀକ୍ଷାକୁ ସ୍ଥଗିତ ରଖିଛି । ଫେବୃଆରୀ ଏବଂ ମାର୍ଚ୍ଚରେ ପରୀକ୍ଷାର ଦୁଇଟି ସେସନ୍ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ କ୍ରମାଗତ ବିରୋଧ ହେତୁ ଏନଟିଏ ପରୀକ୍ଷାକୁ 10 ଦିନ ପୂର୍ବରୁ ସ୍ଥଗିତ ଘୋଷଣା କରିଛି। ଏହି ପରୀକ୍ଷା ଏପ୍ରିଲ 27 ରୁ 30 ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା। ତେବେ ନୂତନ ପରୀକ୍ଷା ତାରିଖ ଖୁବଶୀଘ୍ର ଘୋଷଣା କରାଯିବ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ପରୀକ୍ଷା ସ୍ଥଗିତ ରଖିବା ପାଇଁ NTA କୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର 15 ଦିନ ପୂର୍ବରୁ ନୂତନ ତାରିଖ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏପ୍ରିଲରେ ହେବାକୁ ଥିବା ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ NTA ଅଫିସିଆଲ୍ ୱେବସାଇଟ୍ jeemain.nic.in ରେ ସେମାନଙ୍କର ପରୀକ୍ଷାର ନୂତନ ତାରିଖ ଯାଞ୍ଚ କରିପାରିବେ। ଚଳିତ ବର୍ଷ JEE ମେନ୍ 2021 ପରୀକ୍ଷା 4 ଟି ସେଶନରେ କରାଯିବ । ଫେବୃଆରୀ ସେଶନ 23 ରୁ 26 ଏବଂ ମାର୍ଚ୍ଚ ସେଶନ 16 ରୁ 18 ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠତ ହୋଇଯାଇଛି ।
Related Posts
-
Copyright © SatyaPatha2021