କୋଭିଡ୍ ପାଇଁ ସ୍ଥଗିତ ରହିଲା JEE ମେନ୍ ପରୀକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି NTA ଆଜି ମେ ମାସରେ ହେବାକୁ ଥିବା JEE ମେନ୍ 2021 କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏନଟିଏ କହିଛି ଯେ ଜେଇଇ ମେନ୍ ୨୦୨୧ର ଦୁଇଟି ସେସନ୍ ଫେବୃଆରୀ ଓ ମାର୍ଚ୍ଚର ପରୀକ୍ଷା ହୋଇ ସାରିଛି। ଏପ୍ରିଲର ପରୀକ୍ଷା ୨୭, ୨୮, ୩୦ରେ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ସ୍ଥଗିତ କରାଯାଇଥିଲା । ଏବେ ଜେଇଇ ମେନର ମେ’ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟୁଇଟ କରି କହିଛନ୍ତି, ” କୋଭିଡ୍ ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ (ମେନ୍‌) ମେ’ ୨୦୨୧ ସେସନକୁ ସ୍ଥଗିତ କରାଯାଉଛି । ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ୍ ୱେସାଇଟକୁ ଯାଇ ଅନ୍ୟାନ୍ୟ ସୂଚନା ପାଇପାରିବେ ।”

Related Posts