ପୁଣିଥରେ ଆକାଶରେ ଉଡ଼ିବ ଜେଟ୍ ଏୟାରୱେଜ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ଆକାଶରେ ଉଡ଼ିବ ଜେଟ୍ ଏୟାରୱେଜ୍ । ୩ ବର୍ଷର ବିରତି ପରେ ପୁଣି ଥରେ ଆକାଶରେ ଉଡ଼ିବ ଘରୋଇ ବିମାନ ଜେଟ୍ ଏୟାର୍‌ୱେଜ୍। ଏଥିପାଇଁ କମ୍ପାନୀକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଊଏଉଇ) ପକ୍ଷରୁ ଅନୁମତି ମିଳିଯାଇଛି। ଡିଜିସିଏ ପ୍ରମୁଖ ଅରୁଣ କୁମାରଙ୍କ ସୂଚନା ଅନୁସାରେ, ଏୟାର୍‌ୱେଜକୁ ଏୟର ଅପରେଟର ସାର୍ଟିଫିକେଟ୍(ଏଓସୀ) ଦିଆଯାଇଛି। ଫଳରେ କମ୍ପାନୀକୁ ବାଣିଜ୍ୟିକ ଉଡ଼ାଣ ଭରିବାକୁ ଅନୁମତି ମିଳିଯାଇଛି।

୨୦୨୨ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ବାଣିଜ୍ୟିକ ଉଡ଼ାଣ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଏମୁ ପୂର୍ବରୁ ବିମାନ କମ୍ପାନୀ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି। ଏଥିପାଇଁ ମେ ୫ ତାରିଖରେ ଜେଟ୍ ଏୟାରୱାଜ୍ ଟେଷ୍ଟ ଉଡ଼ାଣ ଭରିଥିଲା। ଏହାପରେ ୩ ଟି ଉଡ଼ାଣ ଭରିଥିଲା ବିମାନ। ଏଥିରେ ଡିଜିସିଏ ଅଧିକାରୀ ବି ସାମିଲ୍ ଥିଲେ। ଏହାପରେ ଏୟାର ଅପରେଟର ସାର୍ଟିଫିକେଟ୍‌କୁ ଅନୁମତି ଦିଆଯାଇଥିଲା। ଏ ଖବର ସାମ୍ନାକୁ ଆସବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts