ବଢ଼ିଲା ଲାଲୁ ପରିବାରର ଅଡ଼ୁଆ; ଲାଲୁଙ୍କ ସହିତ ରାବଡ଼ି ଦେବି ଏବଂ ତାଙ୍କ ଦୁଇ ଝିଅ ବିରୋଧରେ ଦାଏର ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଢ଼ିଲା ଲାଲୁ ପରିବାରର ଅଡ଼ୁଆ । ଆରଆରବି ଦୁର୍ନୀତିରେ ସିବିଆଇ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହିତ ପତ୍ନୀ ରାବଡି ଦେବୀ ଏବଂ ତାଙ୍କ ଦୁଇ ଝିଅଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏଫଆଇଆରରେ ୧୫ ଜଣଙ୍କ ନାମ ରହିଛି। ଏଥିରେ ଲାଲୁଙ୍କ ଦୁଇ ଝିଅ ମୀସା ଯାଦବ ଏବଂ ହେମା ଯାଦବଙ୍କ ନାମ ସାମିଲ୍। ହେମା ଯାଦବଙ୍କ ନାମ ପ୍ରଥମ ଥର କୌଣସି ମାମଲାରେ ସାମ୍ନାକୁ ଆସିଛି। ଏହା ପୂର୍ବରୁ ତେଜସ୍ଵୀ ଯାଦବ, ତେଜ ପ୍ରତାପ ଯାଦବ, ମୀସା ଏବଂ ତାଙ୍କ ପତି ଶୈଳେଶଙ୍କ ନାମ ଅଲଗା ଅଲଗା ମାମଲାରେ ସଂଶ୍ଳିଷ୍ଟ ରହିଛି। ସିବିଆଇ ଅନୁଯାୟୀ, ସଂପ୍ରତି ୧୫ ଜଣଙ୍କୁ ପଚରା ଉଚୁରା ପାଇଁ ସମନ ଜାରି କରାଯିବ। ସମସ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ମଧ୍ୟ ଯୋଗାଡ କରାଯାଇଛି।

ଏଫଆଇଆରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଲାଲୁଙ୍କ ଗାଁ ଗୋପାଳଗଞ୍ଜର ବାସିନ୍ଦା। ଏମାନେ ହେଉଛନ୍ତି ସେହି ଲୋକ ଯାହାଙ୍କ ନାମରେ ଜମି ପଞ୍ଜୀକରଣ କରାଯାଇଥିଲା। ଏଫଆଇଆରରେ ପ୍ରଥମ ନାମ ଲାଲୁ ଯାଦବଙ୍କ ରହିଛି। ଚତୁର୍ଥରେ ରହିଛି ଲାଲୁଙ୍କ ଝିଅ ହେମା ଯାଦବ। କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଂସ୍ଥାପକ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ କନ୍ୟା ମିଶା ଭାରତୀଙ୍କ ବିରୋଧରେ ତାଜା ଭ୍ରଷ୍ଟାଚାର ମାମଲା ରୁଜୁ କରିଛି। ସଦ୍ୟ ରୁଜୁ ମାମଲା ଆଧାରରେ ସିବିଆଇ ନୂଆଦିଲ୍ଲୀ ସମେତ ମଧ୍ୟପ୍ରଦେଶ ଓ ବିହାରର ଅନୁନ୍ୟ ୧୭ଟି ସ୍ଥାନରେ ଚଢଉ ଜାରି ରଖିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts