ପେଙ୍ଗୋଙ୍ଗ ହ୍ରଦରେ ଚୀନ ନିର୍ମାଣ କରୁଥିବା ପୋଲ ବେଆଇନ: ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଙ୍ଗୋଙ୍ଗ ହ୍ରଦରେ ଚୀନ ନିର୍ମାଣ କରୁଥିବା ପୋଲ ବେଆଇନ । ତେବେ ୧୯୬୦ ଦଶକରେ ଚୀନ ପକ୍ଷରୁ ବେଆଇନ ଭାବେ ଅଧିକାର କରାଯାଇଥିବା ଭାରତୀୟ ଅଂଚଳରେ ଏସବୁ ନିର୍ମାଣ କରାଯାଉଛି ବୋଲି ଭାରତ କହିଛି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚୀନ ପେଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବରୁ ଥିବା ପୋଲ ନିକଟରେ ଆଉ ଏକ ପୋଲ ନିର୍ମାଣ କରୁଥିବା ସଂପର୍କିତ ରିପୋର୍ଟ ଆମ ନଜରକୁ ଆସିଛି । ଉଭୟ ପୋଲ ୧୯୬୦ ଦଶକରେ ଚୀନ ପକ୍ଷରୁ ବେଆଇନ ଭାବେ ଅଧିକାର କରାଯାଇଥିବା ଭାରତୀୟ ଅଂଚଳରେ ନିର୍ମାଣ କରାଯାଇଛି ।

ତେବେ ଏହି ସାମରିକ ଦୃଷ୍ଟିକୋଣରୁ ଏହି ପୋଲର କଣ ପ୍ରଭାବ ରହିବ ସେ ସମ୍ପର୍କରେ ସେ କିଛି ମନ୍ତବ୍ୟ ଦେଇପାରିବେ ନାହିଁ । ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ଠିକ ଭାବେ କହିପାରିବ । ସେପଟେ ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଝବୁତ । ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସଂଦେହ କରୁଛନ୍ତି । ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି । ଗତ ବର୍ଷ ପେଙ୍ଗାଙ୍ଗ ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଂଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା ।

Related Posts