ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର କପୁର ଏବଂ ଆଲିଆ ଭଟ୍ଟ, ସାମ୍ନାକୁ ଆସିଲା ମେହେନ୍ଦିର ପ୍ରଥମ ଫଟୋ

ମୁମ୍ୱାଇ:। ଆଜି ପଡ଼ିବ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ହାତ ଗଣ୍ଠି । ଦୁହେଁ ସାତ ଜନ୍ମ ପାଇଁ ପରସ୍ପରର ଜୀବନ ସାଥୀ ହେବା ପାଇଁ ଦେବେ ପ୍ରତିଶୃତି। ଗତକାଲି ଅର୍ଥାତ୍ ବୁଧବାର ମେହେନ୍ଦି ସରିଥିବା ବେଳେ ଆଜି ଅର୍ଥାତ୍ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ହେଲେ ବିବାହ ପୂର୍ବରୁ ତାଙ୍କର ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ବୁଧବାର ତଥା ଗତକାଲି ଆଲିଆ ରଣବୀରଙ୍କର ମେହେନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କପୁର ଓ ଭଟ୍ଟ ପରିବାରର ଅନେକ ସେଲିବ୍ରିଟି ସାମିଲ୍‌ ହୋଇଥିଲେ । ଏହି କାର୍ଯ୍ୟକ୍ରମଟି ରଣବୀରଙ୍କ ପାଲିହିଲ୍‌ ଘରେ ଅନୁଷ୍ଠିତ ହୋଇଥିଲା। ଏଥିରେ କରିସ୍ମା କପୁର ଓ କରୀନାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି । ହେଲେ କରିସ୍ମା ଏଭଳି ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେଉଛି।

କରିସ୍ମା କପୁର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପାଦର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, କରିସ୍ମାଙ୍କ ପାଦରେ ଏକ ସୁନ୍ଦର ମେହେନ୍ଦି ଡିଜାଇନ୍ କରିଛନ୍ତି। ଏହି ଚିତ୍ର ସେୟାର କରି କରିସ୍ମା କ୍ୟାପସନରେ ଲେଖିଛନ୍ତି – ‘ମୁଁ ମେହେନ୍ଦୀଙ୍କୁ ଭଲ ପାଏ। ଖବର ଅନୁଯାୟୀ, ମେହେନ୍ଦୀ କାର୍ଯ୍ୟରେ ପରେ ଏକ ଛୋଟ ସଂଗୀତ ସମାରୋହ ମଧ୍ୟ ହୋଇଥିଲା। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ଗାୟକ ପ୍ରତୀକ କୁହଡଙ୍କୁ ଦେଖିବାକୁ ମିଳିଥିଲା ​​। ଏହା ସହ ସେ ଗୀତ ଗାଇଥିଲେ। ମେହେନ୍ଦିଙ୍କ କାର୍ଯ୍ୟରେ ନୀତୁ କପୁର, ରିଦ୍ଧିମା କପୁର, ସୋନି ରଜଦାନ, ମହେଶ ଭଟ୍ଟ ଏବଂ ପୂଜା ଭଟ୍ଟ ନଜର ଆସିଥିଲେ।

ତେବେ କହିବାକୁ ଗଲେ ନୀତୁ କପୁର ଝିଅ ରିଦ୍ଧିମା କାର୍ଯ୍ୟକ୍ରମ ପରେ ମଧ୍ୟ ବିବାହର ତାରିଖ ସ୍ଥାନ ପ୍ରକାଶ କରି କହିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇଛି ଯେ ଆଲିଆ ଏବଂ ରଣବୀର ଆଜି ବିବାହ କରିବେ। ଦୀର୍ଘ ଦିନର ସମ୍ପର୍କ ପରେ ଦୁହେଁ ଆଜି ବିବାହ ବନ୍ଧନରେ ବାନ୍ଧିବେ ହେବେ । ସେପଟେ ଦୁହି ଙ୍କ ବିବାହ କୁବନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଛି ।

Related Posts