କଟକ : ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି । ଜଷ୍ଟିସ୍ ଯଶୱନ୍ତ ସିଂହ ହେବେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି । ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ସିଂହ ।
୧୯୬୧ ମହିହା ଫେବୃଆରୀ ୨୧ ତାରିଖରେ ରୋହତକରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଯଶୱନ୍ତ ସିଂହ ପଞ୍ଜାବ ଏବଂ ହରିଆଣା ହୋଇକୋର୍ଟରେ ଜଜ୍ ଥିଲେ। ଏହାପରେ ଓଡ଼ିଶା ହାଇକୋର୍ଟରେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯିବା ପରେ ଜଷ୍ଟିସ୍ ଯଶୱନ୍ତ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।
