ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରୁଥିବାବେଳେ ରୋମାନିଆ ମେୟରଙ୍କ ସହ ମୁହାଁମୁହିଁ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନର ଯୁଦ୍ଧ ହେବା ଫଳରେ ୟୁକ୍ରେନରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି । ଏହି ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ନିଜ ମନ୍ତ୍ରୀମାନଙ୍କୁ ୟୁକ୍ରେନର ପୋଡ଼ଶୀ ଦେଶମାନଙ୍କୁ ପଠାଉଛନ୍ତି । ଏହାମଧ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟଙ୍କୁ ଉଦ୍ଧାର ବେଳେ ରୋମାନିଆ ମେୟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସିନ୍ଧିଆ ଓ ରୋମାନିଆ ମେୟର ଭାରତୀୟ ଛାତ୍ରଙ୍କୁ ନେଇ କିଛି ଆଲୋଚନା କରୁଛନ୍ତି । ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଛି ।

ରୋମାନିଆ ମେୟର ଅଳ୍ପ ଉତ୍ତେଜିତ ଥିବା ଦେଖିବାକୁ ମିଳିଛି । ତେବେ ଶେଷରେ ସିନ୍ଧିଆ ଭାରତୀୟ ଛାତ୍ରଙ୍କୁ ସାହାଯ୍ୟ ପାଇଁ ଧନ୍ୟବାଦ ମଧ୍ୟ କହୁଥିବା ନଜର ଆସିଛି । ସେପଟେ ସିନ୍ଧିଆ ଏକ କ୍ୟାମ୍ପରେ ପହଁଚି ଭାରତୀୟ ଛାତ୍ରଙ୍କ ବାବଦରେ ବୁଝୁଥିଲେ । ସବୁ ଛାତ୍ରଙ୍କୁ ଭାରତ ଫେରାଇ ନେବେ ବୋଲି କହୁଥିଲେ । ଏହି ସମୟରେ କଥା କଟାକଟି ହୋଇଥିଲେ । ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ନେଟିଜେନ୍ସ ସିନ୍ଧିଆଙ୍କୁ ସମାଲୋଚନା କରିଛନ୍ତି । ବର୍ତ୍ତମାନ ଏହାର ଭିଡିଓ ସାରା ଦେଶରେ ଭାଇରାଲ ହେବାରେ ଲାଗିଛି ।

Related Posts