କାନପୁର ହିଂସା ମାମଲା; ୪୦ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା କାନପୁର ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ ୩ ରେ କାନପୁରରେ ଘଟିଥିବା ହିଂସା ଘଟଣାର ଅଭିଯୁକ୍ତ ଉପଦ୍ରବକରୀଙ୍କୁ ଚିହ୍ନଟ କରିବା ପାଇଁ ୪୦ ଜଣ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଛି କାନପୁର ପୁଲିସ । କେବଳ ଏତିକି ନୁହେଁ ବରଂ ଫଟୋ ଜାରି କରି ଜନସାଧାରଣଙ୍କୁ ୯୪୫୪୪୦୩୭୧୫ ନମ୍ବରରେ ସୂଚନା ଦେବାକୁ କହିଛନ୍ତି। ଏଥି ସହିତ, ଯେଉଁମାନେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଇଥିଲେ ସେମାନଙ୍କ ନାମ ଗୋପନୀୟ ରଖାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି । ସେପଟେ କାନପୁର ହିଂସାରେ ୯ ଜଣଙ୍କୁ ଗିରଫ କରାଯାଇସାରିଛି । ଏହି ୯ ଜଣଙ୍କୁ ମିଶାଇ ୩୮ ଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇସାରିଛନ୍ତି ।

ଏଟିଏସର ଟିମ୍ ଏହି ସମସ୍ତ ଅଭିଯୁକ୍ତଙ୍କୁ ଲଗାତର ପଚରାଉଚରା ଜାରିରଖିଛି । ଶୁକ୍ରବାର କାନପୁରରେ ହିଂସା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । କାନପୁର ପୋଲିସ କମିଶନର ତିନି ଥର ହିଂସା ହୋଇଥିବା ସ୍ଥାନ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିସାରିଛନ୍ତି । ତେବେ ପୋଲିସ ହିଂସା ମାମଲାରେ ସିସିଟିଭି ଏବଂ ଭିଡିଓ ଫୁଟେଜ ଯାଞ୍ଚ ପରେ ୪୦ ସନ୍ଦିଗ୍ଧଙ୍କ ଫଟୋ ଜାରିକରିଛି । ଏହି ସମସ୍ତଙ୍କ ବୟସ ୨୫ ବର୍ଷରୁ କମ ଥିବା ସୂଚନା ମିଳିଛି ।

Related Posts