ଦଳବଦଳ ଆଇନରେ ଫସିଲେ !

ସତ୍ୟପାଠ ବ୍ୟୁରୋ : କର୍ଣ୍ଟାଟକରେ ପୁଣି ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସ ଓ ଜେଡିଏସର ୧୪ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧ଜଣ ଓ ଜେଡିଏସର ୩ଜଣ ଜଣ ସଦସ୍ୟ ରହିଛନ୍ତି । ଦଳ ବଦଳ ଆଇନ ବଳରେ ଏମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି ।

ମେଂଟ ସରକାର ଭାଙ୍ଗିବାର ସପ୍ତାହେ ପରେ ବାଚସ୍ପତିଙ୍କ ଏହି ପଦକ୍ଷେପ ଅନେକ ନୂଆ ଚର୍ଚ୍ଚାକୁ ସୃଷ୍ଟି କରିଛି । ଆସନ୍ତାକାଲି ନୂଆ ସରକାର ଆସ୍ଥା ଭୋଟ ଲୋଡିବାର ସମ୍ଭାବନା ରହିଛି । ଏଣେ ଦଳବଦଳ କରିଥିବା ୧୪ବିଧାୟକ ଚଳିତ ବିଧାନସଭାରେ ଆଉ ଭୋଟ ଦେଇ ପାରିବେନି । ବାଚସ୍ପତିଙ୍କୁ ପଦରୁ ହଟାଇବାକୁ ବିଜେପିର ଉଦ୍ୟମ ପୂର୍ବରୁ ବାଚସ୍ପତିଙ୍କ ଏହି ନିଷ୍ପତି ୟେୁଦରପ୍ପାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Related Posts