
ସତ୍ୟପାଠ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ୍ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାରେ ୩ଟି ପାନୀୟଜଳ ପ୍ରକଳ୍ପ ପୁରୀ,ଝାରସୁଗୁଡା ଓ ନବରଙ୍ଗପୁରରେ ନିର୍ମାଣ ହେବ । ରାଜ୍ୟରେ ରେଳକ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ରେଲୱେ ଜମି ଅଧିଗ୍ରହଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କଳାହାଣ୍ଡି ନର୍ଲା ଠାରେ ଇଲେକ୍ଟ୍ରି ଲୋକୋ ମୋଟିଭି ୱାଗନ ୱାର୍କସପ୍ ପାଇଁ ୧୧୪ ଏକର ଜମି ଯୋଗାଇବା ପ୍ରସ୍ତାବରେ ଉପରେ କ୍ୟାବିନେଟର ମୋହର ।
ଅନ୍ୟ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ନେଇ ରାଜସ୍ବ ବିଭାଗର ୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗଞ୍ଜାମ କନିଷି ସ୍ଥିତ ସୀତାପଲ୍ଲୀ ଠାରେ ୪୩ ଏକର ୫୦ଡିସିମିଲି ସରକାରୀ ଜମିଉପରେ ଟାଟାଷ୍ଟିଲ୍ ପ୍ରୋଜେକ୍ଟ ଲାଗି ଲିଜ୍ ଦିଆଯିବା ପ୍ରସ୍ତାବ ପାରିତ ହୋଇଛି । ଟାଟା ଷ୍ଟିଲ୍ ସୀତାପଲ୍ଲୀ ସ୍ଥିତ ଯାଗାରେ ଏକ ମଲଟି ସୁପରସ୍ପେସାଲିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବ । ସେହିପରି ଏସିଆନ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ ବା ଏଏସବିଏମ କୁ ଡିମଡ ବିଶ୍ବ ବିଦ୍ୟାଳୟରେ ପରିଣତ କରିବା, ସମ୍ବଲପୁରରରେ ଓପନ୍ ୟୁନିଭରସିଟି ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ରାଜ୍ୟରେ ବାଲି,ଗୋଡି ,ମୋରମ ଚୋରାଚାଲଣ ରୋକିବାକୁ ସ୍ବତନ୍ତ୍ର ଲଘୁ ଖଣିଜ ନିର୍ଦ୍ଦେଶାଳୟ ଖୋଲାଯିବ । ପୁରୀ ଶଙ୍କରା ଚାର୍ଯ୍ୟଙ୍କ ମଠକୁ ଫେରିବ ୩.୭୮ ଏକର ଜମି । ଏଭଳି ମୋଟ୍ ୧୪ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ ।