ଉମର ଅବଦୁଲ୍ଲା ଓ ମେହବୁବା ମୁଫତୀ ଗିରଫ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ସହ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବ ମୁଫତିଙ୍କୁ ଗିରଫ କରି ନିଆଯାଇଛି । ପିଡିପି ନେତ୍ରୀ ମେହବୁବା ମୁଫତି ଓ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଳାଙ୍କୁ ଗିରଫ ପରେ ଶ୍ରୀନଗର ସରକାରୀ ଗେଷ୍ଟହାଉସ ଅଣାଯାଇଛି । ରବିବାର ରାତିରୁ ଉଭୟଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା ।

ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ନେଇ ଘୋଷଣା ହେବା ପରେ ଟୁଇଟ କରି ମେହବୁବା ସରକାରଙ୍କ ଏହି ନିଷ୍ପତିକୁ କଡା ସମାଲୋଚନା କରିଥିଲେ । ଏହି ନିଷ୍ପତିକୁ ଏକତରଫା, ଅସମାମ୍ବିଧାନିକ ଓ ବେଆଇନ ବୋଲି କହିଥିଲେ ମୁଫତି ।

ଅନ୍ୟପଟେ ଉମର ଅବଦୁଲ୍ଲା ମଧ୍ୟ ଏହି ନିଷ୍ପତିକୁ ଏକତରଫା ଓ କାଶ୍ମୀର ସହ ଧୋକା ବୋଲି ଟୁଇଟ କରିଥିଲେ । ଛଳନାପୂର୍ଣ୍ଣ ଭାବେ ଏହି ନିଷ୍ପତି ନିଆଯାଇଥିବା ସେ ଲେଖିଥିଲେ ।

Related Posts