ମୁଖ୍ୟ ଶାସନ ସଚିବଙ୍କ ସହ ମାରପିଟ୍‌ ମାମଲାରେ କେଜରିଓ୍ବାଲ ଦୋଷମୁକ୍ତ, ଶିଶୋଦିଆ କହିଲେ – ” କ୍ଷମା ମାଗୁ ବିଜେପି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୨୦୧୮ ମସିହାରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟ ଶାସନସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାରିବା ମାମଲାରେ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ସମେତ ୯ ଜଣ ବିଧାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଦାଲତଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଦିଆ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେ ଭାରତୀୟ ଜନତା ପାର୍ଟିକୁ କଡା ଭର୍ତ୍ସନା କରି କହିଛନ୍ତି ଯେ ବିଜେପି ଏଥିପାଇଁ କ୍ଷମା ପ୍ରାର୍ଥନା କରୁ। 

 କୋର୍ଟର ଏହି ନିଷ୍ପତ୍ତି ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବବିଜେପକୁ ଟାର୍ଗେଟ କରିଛନ୍ତି।  ସିସୋଦିଆ କହିଛନ୍ତି ଯେ , “ ଏହି ଅଭିଯୋଗକୁ( ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାରିବା) କୋର୍ଟ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି।  ସେମାନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୋର୍ଟ କହିଛନ୍ତି। ମାନ୍ୟବର କୋର୍ଟ ତଥାକଥିତ CS Assault ମାମଲାରେ ଆପ୍ ନେତାଙ୍କୁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଶିଶୋଦିଆ କହିଛନ୍ତି ଯେ, ” ଆମେ ପ୍ରଥମ ଦିନରୁ କହି ଆସୁଛୁ ଯେ ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି। ଆଉ ଆଜି କୋର୍ଟରେ ଏହା ପ୍ରମାଣିତ ହୋଇଯାଇଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ଷଡଯନ୍ତ୍ର ରଚାଯାଇଥିଲା । ସିଶୋଦିଆ ସାଧାସଳଖ ପିଏମ୍ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ” ଏହି ଷଡଯନ୍ତ୍ର ଦେଶର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦଳ ବିଜେପି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।  ଏହି ଘଟଣା ପରେ ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା।  ଏହି ମାମଲା ଏତେ ମିଛ ଥିଲା ଯେ କେଜ୍ରିୱାଲଙ୍କୁ କୋର୍ଟ ଦୋଷମୁକ୍ତ କରି ଦେଇଛନ୍ତି।  ତେଣୁ ବିଜେପି କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି।

ଏପଟେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, ସତ୍ୟମେବ ଜୟତେ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ସତ୍ୟର ଜୟ ହୋଇଛି।

 ମାମଲା କଣ ?

ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଅଭିଯୋଗ ଆଣିଥିଲେ ଯେ, ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଡକାଇଥିଲେ। ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୧୧ ଜଣ ବିଧାୟକ ଆକ୍ରମଣ କରିଥିଲେ। ଅଧିକାରୀମାନେ ମଧ୍ୟ ଏହି ପ୍ରସଙ୍ଗରେ ଅନେକ ଦିନ ଧରି ଧାରଣାରେ ବସିଥିଲେ।  ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ମନୀଷ ସିସୋଡିଆଙ୍କ ସମେତ ୯ଜଣ ବିଧାୟକଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି। କିନ୍ତୁ କୋର୍ଟ ଅନ୍ୟ ୨ଜଣ ଏଏପି ବିଧାୟକ ଅମାନତୁଲ୍ଲା ଖାନ ଓ ପ୍ରକାଶ ଜାରୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts