ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ କେନ୍ଦୁଝର ରଥ

କେନ୍ଦୁଝର : କେନ୍ଦୁଝରର ଜଗନ୍ନାଥ ମନ୍ଦିର ସର୍ବ ପୁରାତନ ଭାବେ ବିଦ୍ୟମାନ । ଏଠାରେ ପ୍ରତିବର୍ଷ ରଥ ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି । ରାଜ୍ୟରେ ପୁରୀ ରଥଯାତ୍ରା ପରେ ଏଠାକାର ରଥଯାତ୍ରା ଅନ୍ୟତମ । ବଳଦେବଜୀଉ ମନ୍ଦିରର ରଥଯାତ୍ରା ଦେଖିବାକୁ ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାରୁ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ।

ପ୍ରତିବର୍ଷ ପରି ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ | ତେବେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଏକ ଖୁସି ଖବର ଆସିଛି ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି କେନ୍ଦୁଝର ରଥ । ଏହାର ଉଚ୍ଚତା ୭୨ଫୁଟ ଏବଂ ଓସାର ୪୫ ଫୁଟ । ଏ ନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି | କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ଵର ସବୁଠାରୁ ବଡ ରଥର ମାନ୍ୟତା ପାଇ ଗ୍ରିନିଜ ବୁକ ଅଫ ୱାର୍ଡରେକର୍ଡ ରେ ସ୍ଥାନ ପାଇଛି ।

ଏହି ରଥକୁ ବିଶ୍ବର ସର୍ବ ବୃହତ ରଥ ଭାବେ ଜାତୀୟ ଏବଂ ଆନ୍ତଜାତୀୟ ସ୍ତରର ୫ଟି ସଂସ୍ଥା ସୀକୃତି ପ୍ରଦାନ କରିଛନ୍ତି । ୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ୧୬ଟି ଚକା ରହିଛି । ବିଶ୍ବର ସର୍ବବୃହତ ଜଗନ୍ନାଥ ରଥ ଭାବେ ଗ୍ଲୋବାଲ ରେର୍କଡସ , ଏସିଆ ପାସିଫିକ ରେର୍କଡ , ଇଣ୍ଡିଆ ନେସନାଲ ରେକଡ, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେକର୍ଡ ବହିରେ ସ୍ଥାନ ପାଇଛି ।

ତେବେ କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେ ବି ଏହାର ନାମ ନନ୍ଦିଘୋଷ ଦିଆଯାଇଛି । ଏହି ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଉଥାଏ । ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁ ମାନେ ପ୍ରସ୍ତୁତ କରିଥାନ୍ତି । ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ । ଗତ ଅକ୍ଷୟ ତୃତୀୟାରୁ ରଥ କାର୍ଯ୍ୟ ଆରମ୍ଭ ହୋଇଛି । ରଥ କାର୍ଯ୍ୟରେ ୨୦ରୁ ଉଦ୍ଧ ମହାରଣା ଏବଂ ଶ୍ରମିକ ନିୟୋଜିତ ହୋଇ ଏହାକୁ ପ୍ରସ୍ତୁତ କରିଛନ୍ତି । ସବୁଠାରୁ ବଡ କଥା ଏହି ରଥଟି ଯାତ୍ରା ପରେ ଖୋଲାଯାଏ ନାହିଁ ।

Related Posts