୧୮-୪୫ ବର୍ଷ ଲୋକଙ୍କୁ ଟୀକାଦାନ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏକ ଚତୁର ରାଜନୈତିକ ଚାଲ୍: କେରଳ ଅର୍ଥ ମନ୍ତ୍ରୀ

keral

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମେ ପହିଲାରୁ ସାରା ଦେଶରେ ୧୮ରୁ ୪୫ ବର୍ଷର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତେବେ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ଏକ ଚତୁର ରାଜନୈତିକ ଚାଲ୍ ବୋଲି କହିଛନ୍ତି କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍। ସେ ଟୁଇଟ କରି କହିଛନ୍ତି, ରାଜ୍ୟଗୁଡିକର ଚାହିଦା ପୂରଣ ପାଇଁ ଭାରତରେ ପର୍ଯ୍ୟାପ୍ତ ପରିମାଣର ଟିକା ଉତ୍ପାଦନ ହେଉ ନାହିଁ। ୧୮ ରୁ ୪୫ ବର୍ଷର ବ୍ୟକ୍ତିଙ୍କୁ ଟିକାଦାନ ପାଇଁ ରାଜ୍ୟ ମାନଙ୍କୁ କ୍ଷମତା ଦେଇ ରାଜ୍ୟମାନଙ୍କୁ ଦାୟୀ କରିବା ଏକ ଚତୁର ରାଜନୈତିକ ଷଡଯନ୍ତ୍ର।” ସୂଚନାଯୋଗ୍ୟ ଜାନୁଆରୀ ୧୬ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏହାପରେ ଏପ୍ରିଲ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏଥିରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟରେ ମେ ପହିଲାରୁ ସମସ୍ତ ପ୍ରାପ୍ତବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

Related Posts