ରେଜିଷ୍ଟେସନ ସାଇଟ କୋୱିନ ଖୋଲିବାର ଅଳ୍ପ ସମୟ ପରେ କ୍ରାସ

cowin a

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଆଜି ଠାରୁ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକମାନଙ୍କ ପାଇଁ ଭାକ୍ସିନ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ତେବେ ପ୍ରଥମ ଦିନରେ ହିଁ ପଞ୍ଜୀକରଣ ସାଇଟ କୋୱିନ ଖୋଲିବାର ଅଳ୍ପ ସମୟ ମଧ୍ୟରେ କ୍ରାସ ହୋଇଯାଇଥିଲା । ରେଜିଷ୍ଟେସନ ସାଇଟ କୋୱିନ ସାଇଟ ସହ ଆରଗ୍ୟସେତୁ ଆପ ଓ ଉମଙ୍ଗ ଆପ ମଧ୍ୟ କ୍ରାସ ହୋଇଯାଇଥିଲା । ଅପରାହ୍ନ ୪ଟା ବେଳେ ପଞ୍ଜୀକରଣ ଆରମ୍ଭ ହୋଇଥିବାର ସୂଚନା ପୂର୍ବରୁ ମିଳିଥିଲା । ପଞ୍ଜୀକରଣର ମାତ୍ର ଏକ ଘଣ୍ଟାରୁ କମ ସମୟରେ ପୋର୍ଟାଲ କ୍ରାସ ହୋଇଯାଇଥିଲା । ଯାହାଫଳରେ କିଛି ଲୋକ ପଞ୍ଜୀକରଣ କରିଥିଲା ବେଳେ ଅନେକ ଏହାର ଲାଭ ଉଠାଇ ପାରିନଥିଲେ । ଏହା ପରେ କା୍ରସ ହୋଇଥିôବାର ସ୍କି୍ରନ ଶଟ୍କୁ ବ୍ୟବହାରୀମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ । କିଛି ବ୍ୟବହାରକାରୀଙ୍କ ଙଞଚ ଆସିବାରେ ଢେରି ହୋଇଥିଲା । ଏହାକୁ ଦର୍ଶାଇ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ କରିଦେଇଛନ୍ତି ବ୍ୟବହାରକାରୀ । ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts