ତାରା-ନିରଞ୍ଜନ ଝଗଡ଼ାରେ ପଡିଲା ପୂର୍ଣ୍ଣଛେଦ : ତାରା କହିଲେ – ” ମୁଁ ତାଙ୍କ ସାନ ଭାଇ, ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ହେବ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର  କରୁଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲା କୁମାରକୁମାରଙ୍କ ସହ ଆଲୋଚନା ପରେ ଝଗଡ଼ାର ସମାଧାନ ହୋଇଯାଇଛି ବୋଲି ତାରା ବିହୀନ ପତି କହିଛନ୍ତି। ପୂର୍ବରୁ ରାଗରେ ନିରଞ୍ଜନ ପଟ୍ଟନାୟକଙ୍କୁ  ଅଯୋଗ୍ୟ ବୋଲି କହିବା ସହ ଗୁଡାଏ ଏଣୁତେଣୁ କଥା କହି ଦେଇଥିବା ସହ ସେ (ନିରଞ୍ଜନ ପଟ୍ଟନାୟକ)  ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା।

ତାରା କହିଛନ୍ତି, ” ରାଗ କ’ଣ ସବୁ ବେଳେ ରହେ। ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି ? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି। ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି। ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ।”

ସେ କହିଛନ୍ତି,” ଗତକାଲି  ଆମର (କଂଗ୍ରେସ) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ଟେଲିଫୋନ୍ ଯୋଗେ ବହୁତ ସମୟ ପର୍ଯ୍ୟନ୍ତ ଆଲୋଚନା କରିଛି। ଆଜି ସକାଳୁ ନିରଞ୍ଜନ ବାବୁଙ୍କ ସହିତ ବି ଫୋନ୍‌ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି।

ଅପରପକ୍ଷରେ ଦଳ ଛାଡ଼ିବେ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ତାରା । ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକଫୁଟରେ ଅଛି। କରୋପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ଦଳୀୟ କନ୍ଦଳ ଯୋଗୁଁ ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମୋର। ମୋତେ ଏହି ଦାୟିତ୍ୱ ଦିଆଯାଇଛି। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’ ଏହା ସହିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ କୋରାପୁଟ ସପ୍ତଗିରି ଉଲ୍ଲାକଙ୍କ ସହିତ ଆଜି ଆଲୋଚନା କରିବେ ବୋଲି ତାରା କହିଛନ୍ତି।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସଂପର୍କରେ କିଛି ପତ୍ରପତ୍ରିକାରେ ବାହାରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନରସିଂହ ମିଶ୍ର ବିଜେଡି ସହିତ ସାଲିସ କରିଛନ୍ତି ବୋଲି ମୁଁ କହିଥିବା ନେଇ କିଛି ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା। କିନ୍ତୁ ମୁଁ ଏମିତି କେବେ ବି କହିନି। ସେ ମୋ ପାଇଁ ଭଗବାନ ଭଳି। ସେ ଜଣେ ଜ୍ଞାନୀ, ମାନୀ, ସ୍ୱାଭିମାନୀ ଲୋକ। ସେ କାହା ସହ ସଲାସୁତରା କରନ୍ତିନି। ତାଙ୍କ ବିରୋଧରେ ଯାହା କିଛି ବି ବାହାରିଛି ସେଥିପାଇଁ ସେ ଦୁଃଖିତ ବୋଲି ତାରା ପ୍ରସାଦ ବାହିନୀ ପତି କହିଛନ୍ତି ।

ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବା ଘଟଣାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାରା ବିହୀନ ପତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।  

ଉଲ୍ଲେଖଯୋଗ୍ୟ ଯେ , କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବାରୁ କିଛି ଦିନ ପୂର୍ବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦଗାର କରିଥିଲେ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତି।  ପିସିସି ସଭାପତି ଏ ଦିଗ ପ୍ରତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ମୀନାକ୍ଷୀ କହିଥିଲେ, ସେହି ପ୍ରେଟସମିଟ୍‌ରେ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା। ଏନେଇ ତାରା ବିହୀନ ପତିଙ୍କ ନିକଟରେ କିଛି ଖବର ନଥିଲା। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ। ସାସଂଦ ଯେଉଁ କାମ କରୁଛନ୍ତି, ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି  ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି, ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହେଁ। ଏହା ସହିତ ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ମୀନାକ୍ଷୀ କହିଥିଲେ।

Related Posts