ତାରାଙ୍କ ଚେତାବନୀ: ଅଯୋଗ୍ୟ ନିରଞ୍ଜନଙ୍କୁ ନ ହଟାଇଲେ ବିଧାୟକ ପଦରୁ ଇସ୍ତଫା ଦେବେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଧାୟକ ପଦ ଛାଡ଼ିବାକୁ ଚେତାବନୀ ଦେଲେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରି ସେ ଏଭଳି କଡା ଚେତାବନୀ ଦେଇଛନ୍ତି। ଏତଦ୍ ବ୍ୟତୀତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆହୁରି ସାଂଘତିକ ଅଭିଯୋଗ ମଧ୍ୟ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ତାରା ବାହିନୀପତି ଅଭିଯୋଗ କରିଛନ୍ତି ଯେ , ପିସିସି ସଭାପତି ଦଳ ଭିତରେ ବିଶୃଙ୍ଖଳାକାରୀଙ୍କୁ ସମର୍ଥନ କରୁଛନ୍ତି । ତାଙ୍କ ପାଇଁ ରାଜ୍ୟରେ କଂଗ୍ରେସ ପାର୍ଟି ନିଶ୍ଚିହ୍ନ ହୋଇଛି ବୋଲି ସେ କହିଛନ୍ତି । ତେବେ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହିବା ସହ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ଏହା ସଙ୍ଗେ ସଙ୍ଗେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବିରୋଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସାଂସଦ ସପ୍ତଗିରି ଉଲ୍ଲାକା ତାଙ୍କୁ ବ୍ଲାକମେଲ୍ କରୁଥିବା ସେ କହିଛନ୍ତି। ଏବଂ ଖୁବଶୀଘ୍ର ଅଡିଓ ଟେପ୍ ଜାରି କରି ମିଡିଆ ଆଗରେ ପ୍ରମାଣ ଦେବି ବୋଲି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀ ପତି କହିଛନ୍ତି। 

ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଯଦି ଦଳୀୟ କନ୍ଦଳ ସମାଧାନ ନହୁଏ ତେବେ ବିଧାୟକ ପଦ ଛାଡିଦେବେ ବୋଲି ତାରା ଚେତାବନୀ ଦେଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ କଂଗ୍ରେସ ଦୁଇ ଫାଳ ହୋଇଛି। ଅପରପକ୍ଷରେ ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମଧ୍ୟ ଦଳ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି। ସେ ଭୁବନେଶ୍ବରରେ ହଜାର ହାଜର ସମର୍ଥକଙ୍କ ଗହଣରେ ଦଳ ଛାଡ଼ିବେ ବୋଲି କହିଛନ୍ତି। କୁହାଯାଉଛି ଯେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ କ୍ଷୁବ୍ଧ ହୋଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। 

Related Posts