ଲାଏଡିଟେକ୍ସନ ଟେଷ୍ଟରେ ୭୦ ପ୍ରଶ୍ନର ଉତ୍ତର ରଖିଲା ନକଲି ଡାକ୍ତର ରମେଶ ସ୍ୱାଇଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଏଡିଟେକ୍ସନ ଟେଷ୍ଟରେ ୭୦ ପ୍ରଶ୍ନର ଉତ୍ତର ରଖିଲା ନକଲି ଡାକ୍ତର ରମେଶ ସ୍ୱାଇଁ । ଟେଷ୍ଟ ବେଳେ ସମସ୍ତ ପ୍ରକାର ସହଯୋଗ କଲେ ରମେଶ । ଟେଷ୍ଟ ଶେଷ ହେବା ପରେ ଏବେ ରମେଶ ସ୍ୱାଇଁଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ସତ ମିଛ ଟେଷ୍ଟ ଶେଷ ହେବା ପରେ ଏବେ ଫାଇଣ୍ଡିଂ ରିପୋର୍ଟକୁ ଅପେକ୍ଷା ରହିଛି । ଭୁବନେଶ୍ୱର ଏସଏଫଏସଏଲରେ ଶେଷ ହୋଇଛି ମିଛ ଧରା ପରୀକ୍ଷା ।

ସେପଟେ ଠକ ଡାକ୍ତର ବିଷୟରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିଲା । ଏପରିକି ତାଙ୍କର ଭଉଣୀ ମଧ୍ୟ ଏଥିରେ ସମ୍ପୃକ୍ତ ଥିବାର ଖବର ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ଲାଏଡିଟେକ୍ସନ ଟେଷ୍ଟରେ ଆହୁରି ଅନେକ କଥା ସାମ୍ନାକୁ ଆସିଥିବ ବୋଲି ଅନୁମାନ କରାଯାଉଛି ।

Related Posts