କୋଭିଡର ନୂଆ ଏକ୍ସ-ଇ ଭାରିଆଣ୍ଟ ମାରାତ୍ମକ ନୁହେଁ: ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା

କରୋନା ମହାମାରୀ ରଙ୍ଗ ବଦଳାଉଛି | ନୂଆ ନୂଆ ରୂପରେ ଲୋକଙ୍କୁ କବଳିତ କରିବାକୁ ଚେଷ୍ଟା ଚଳାଇଛି | ଦେଶରେ ଏବେ କରୋନା ସଂକ୍ରମଣ ହାର କମ ଥିବା ବେଳେ, ଏବେ କୋଭିଡର ନୂଆ ଏକ୍ସ-ଇ ଭାରିଆଣ୍ଟକୁ ନେଇ ଆତଙ୍କ ଦେଖା ଦେଲାନି | ତେବେ ଏହି ନୂଆ ଭାରିଆଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା ।

ସେ କହିଛନ୍ତି ଓମିକ୍ରନ୍ ଏକ୍ସ-ଇ ପରି ଅନେକ ନୂଆ ଭାରିଆଣ୍ଟ ସୃଷ୍ଟି କରିବ । ଏସବୁ ଭାରିଆଣ୍ଟ ମାରାତ୍ମକ ନୁହନ୍ତି । କୌଣସି ଗମ୍ଭୀର ରୋଗ ସୃଷ୍ଟି କରିବ ନାହିଁ । ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମକ କରିପାରିବ ନାହିଁ ବୋଲି କହିଛନ୍ତି ଏନକେ ଅରୋରା । ଓମିକ୍ରନର ଏହି ସବ୍ ଭାରିଆଣ୍ଟ ଭାରତରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ଗୁଜରାଟରୁ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଏକ ହଜାର ତଳକୁ ଖସିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୮୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୧୦୫୮ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩ ହଜାର ୩୮୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୧୬୯୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଆଇସିଏମ୍ଆର କହିଛି ଯେ ଗତକାଲି ଭାରତରେ ୪ ଲକ୍ଷ ୬୬ ହଜାର ୩୩୨ ନମୁନା ପରୀକ୍ଷା କରାଯାଇଛି । ଏଥି ସହିତ ମହାମାରୀ ଆରମ୍ଭରୁ ଦେଶରେ ମୋଟ ୭୯.୧୫ କୋଟି ନମୁନା ପରୀକ୍ଷା କରାଗଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୮୫ କୋଟି ୭୪ ଲକ୍ଷ ଡୋଜ୍ କରୋନା ଟିକା ଦିଆଯାଇଛି ।

Related Posts