ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ପରୀକ୍ଷା

ସତ୍ୟପାଠ ବ୍ୟୁରୋ : ଆସନ୍ତା ଗୁରୁବାର ଦିନ କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଆସନ୍ତା ୧୮ରେ ବାଚସ୍ପତିଙ୍କ ଆଗରେ ଅର୍ଥାତ ବିଧାନସଭାର ପବିତ୍ର ଗୃହରେ ବିଶ୍ୱାସର ବଡ ପରୀକ୍ଷା ଦେବେ କୁମାରସ୍ୱାମୀ । ଗୁରୁବାର ଦିନ କୁମାରସ୍ୱାମୀଙ୍କ ଅନାସ୍ଥା ଅଭିଯୋଗ ଉପରେ ଆଲୋଚନା ହେବ । ଆଉ ଆଲୋଚନା ପରେ ବିଧାନସଭାରେ ବିଶ୍ୱାସ ପାଇଁ ଭୋଟ ପଡିବ । ତେବେ ୧୮ରେ ଭୋଟ ହେବା ନେଇ ତାରିଖ ଘୋଷଣା କରିଛନ୍ତି ବିଜନେସ ଆଜଭାଇଜରୀ କମିଟି ।

ତେବେ ଆସନ୍ତାକାଲି ସୁପ୍ରିମକୋର୍ଟ କର୍ଣ୍ଣାଟକାର ନାଟକ ସମ୍ପର୍କରେ ଶୁଣାଣି କରିବେ। ଏଥିପାଇଁ ବାଚସ୍ପତି କେଏମ ରମେଶ କୁମାର ଆସ୍ଥା ଭୋଟ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଥିଲେ। ତେବେ ବିଜେପି ବିଧାନସଭାରେ ହଙ୍ଗାମା କରିବାରୁ ବାଚସ୍ପତି ଆସନ୍ତା ଗୁରୁବାର ଦିନ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆସ୍ଥା ଭୋଟ ପରେ ହିଁ ବିଧାନସଭା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି।

Related Posts