ବିହାରରେ ସରକାର ଗଠନ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଲୋକ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି: ସ୍ମୃତି ଇରାନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଆଲୋଚନା ତୀବ୍ର ହେଉଛି । ନୀତୀଶ ମଧ୍ୟ ସମସ୍ତ ବିରୋଧୀ ଦଳ ମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏସବୁ ଭିତରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନୀତୀଶ କୁମାରଙ୍କ “ରାଷ୍ଟ୍ରୀୟ ଅଭିଳାଷ” କୁ ନେଇ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି କ୍ଷମତାକୁ ଫେରିବେ ।ରବିବାର ଦିନ ବିହାରର ପାଟନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ବିରୋଧୀ ଦଳରେ ଅନେକ ଆଶାୟୀ ଅଛନ୍ତି ମାତ୍ର ୨୦୨୪ ମସିହାରେ କେବଳ ମୋଦୀ ହିଁ ଲୋକଙ୍କ ଆଶୀର୍ବାଦ ନେଇ ପୁଣି ଶାସନକୁ ଫେରିବେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ସିଧାସଳଖ ଆକ୍ରମଣ କରି ସ୍ମୃତି ଇରାନୀ କହିଛନ୍ତି ଯେ ବିହାରରେ ସରକାର ଗଠନ ପାଇଁ ସବୁବେଳେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିବା ଲୋକ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ ଯେ, ନୀତୀଶ କୁମାର ନିକଟରେ ଦିଲ୍ଲୀ ଗସ୍ତରେ ଆସି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ ଏବଂ ଶରଦ ପାୱାରଙ୍କ ଭଳି ନେତାଙ୍କ ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଏକତା ଗଠନ ପାଇଁ ଉଦ୍ୟମ କରିଥିଲେ । ହେଲେ ଜେଡି(ୟୁ) ନେତା ନୀତୀଶ କୁମାର ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ହେଇଉଥିବା କଳ୍ପନାଜଳ୍ପନାକୁ ଖାରଜ କରିଥିଲେ ।

Related Posts