
ଋଷ- ୟ୍ରୁକ୍ରେନ୍ ମଧ୍ୟରେ ବିବାଦ ଏବେ ଶେଷ ପର୍ଯାୟରେ ପହଁଚିଛି | ଉଭୟ ନିଜ ନିଜ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିସାରିଲେଣି | ସେପଟେ ୟୁକ୍ରେନର ଦୁଇଟି ପ୍ରାନ୍ତକୁ ଋଷ ଅକ୍ତିଆର କରି ସ୍ୱାଧୀନ ଘୋଷଣା କରିବା ପରେ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି | ଏଥିସହ ଗତକାଲି ରୁଷ ୟୁକ୍ରେନ ର ୧୩ଟି ପ୍ରାନ୍ତରେ ଲଗାତାର ବିସ୍ଫୋରଣ କରିଛି । ଏଥିମଧ୍ୟରେ ଗୋଟିଏ ପ୍ରାନ୍ତ ଦୋନେସ୍କରେ ବୁଧବାର ଲଗାତାର ବିସ୍ଫୋରଣ ହୋଇଥିବା ଯୋଗୁଁ ୟୁକ୍ରେନବାସୀ ଭୟଭୀତ ହୋଇପଡିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଆଜିର ଜାତିସଂଘ ବୈଠକ । ହେଲେ ଏଥିରେ ପୁଟିନ ଯାହା କହିଲେ ସେଥିରୁ ଯୁଦ୍ଧ ନିଶ୍ଚିତ ବୋଲି କୁହାଯାଉଛି । କାରଣ ଆଜିର ବୈଠକରେ ପୁଟିନ୍ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି । ୟୁକ୍ରେନ ସେନା ଯଦି ଅସ୍ତ୍ର ନଛାଡନ୍ତି ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ କଡା ଚେତାବନୀ ଦେଇଛନ୍ତି । ଖାଲି ଏତିକି ନୁହେଁ ଯଦି କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରେ ତେବେ ସେମାନେ ମଧ୍ୟ ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି ଋଷ ।
ଏପରି ସ୍ଥିତିରେ ଦୋନେସ୍କରେ ଥିବା ବିଦ୍ରୋହୀ ଋଷର ସହାୟତା ଲୋଡିଛନ୍ତି । ଆମେରିକାର ଧମକ ପରେ ବିଦ୍ରୋହୀମାନେ ସୁରକ୍ଷା ପାଇଁ ଋଷର ସହାୟତା ଭିକ୍ଷା କରିଛନ୍ତି । ୟୁକ୍ରେନ ସୀମାରେ ପରିସ୍ଥିତି ଜଟିଳ ଥିବାରୁ ଏଠିକାର ଅଧିକାଂଶ ଇଲାକାକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯିବା ସହ ୟୁକ୍ରେନର ବିମାନ ବନ୍ଦର ଗୁଡିକରୁ ବିମାନ ଉଡାଣକୁ ରଦ୍ଦ କରାଯାଇଛି ।
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।। ବିଚ୍ଛିନ୍ନତାବାଦୀ ଅଧୀନରେ ଥିବା ୟୁକ୍ରେନର ପୂର୍ବ ଡୋନେଟସ୍କ ସହରରେ ଅତି କମ୍ ରେ ପାଞ୍ଚଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହାପରେ ଚାରିଟି ସାମରିକ ଟ୍ରକ୍ ଘଟଣାସ୍ଥଳକୁ ବାହାରିଥିଲେ । ନ୍ୟୁଜ୍ ଏଜେନ୍ସି ରଏଟର୍ସର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଏହି ସୂଚନା ଦେଇଛନ୍ତି। ଏଠି କହି ରଖୁଛୁ ଯେ, ଋଷର ସମ୍ଭାବ୍ୟ ଆକ୍ରମଣକୁ ଧ୍ୟାନରେ ରଖି ୟୁକ୍ରେନ ଏହାର କିଛି ବିମାନବନ୍ଦର ବନ୍ଦ କରିଦେଇଛି |