ମହାରାଷ୍ଟ୍ର ରତ୍ନଗିରି ସମଦ୍ରରୁ ସନ୍ଦିଗ୍ଧ ଡଙ୍ଗା ଠାବ; ଡଙ୍ଗାରୁ ଏକେ-୪୭ ରାଇଫଲ ସମେତ ଅନେକ ଅଚଳ ହତିଆର ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାରେ ସମଦ୍ରରୁ ଏକ ସନ୍ଦିଗ୍ଧ ଡଙ୍ଗା ଠାବ ହୋଇଛି । ତେବେ ସାଧାରଣ ଭାବେ ଏହି ଅଞ୍ଚଳରୁ ପାକିସ୍ତାନର ଡଙ୍ଗା ମିଳିଥାଏ । ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହି ଡଙ୍ଗା ପାକିସ୍ତାନୀରୁ ଆସିଛି କି ଅନ୍ୟ କେଉଁଠୁ । ତେବେ ଏହି ଡଙ୍ଗାରୁ ଏକେ-୪୭ ରାଇଫଲ ମିଳିଥିବା ଜଣାପଡିଛି । ଏନେଇ ଖବର ମିଳିବା ପରେ ପୋଲିସ ସମେତ ଅନ୍ୟ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି ।ଏହି ଡଙ୍ଗାରେ କୌଣସି ଲୋକ ନଥିବା ବେଳେ କେବଳ ଏକେ-୪୭ ରାଇଫଲ ରହିଛି । ଡଙ୍ଗାଟି ସମୁଦ୍ର ଲହଡିରେ ଏହା ଭାସିଭାସି କୂଳରେ ଲାଗିଛି । ସେହିଭଳି ଅନେକ ଅଚଳ ହତିଆର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି । ତେବେ ପୋଲିସ ପକ୍ଷରୁ ହତିଆର ସବୁକୁ ଜବତ କରାଯାଇଛି ଓ ଏହି ଡଙ୍ଗା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Related Posts