ଲାଠିକଟା ପୁଲିସର ଏନକାଉଣ୍ଟର : ସୁନୀଲ ଜଖମ

ସତ୍ୟପାଠ ବ୍ୟୁରୋ : ରାଉରକେଲାରେ ପୁଲିସ ଏନକାଉଣ୍ଟର କରିଛି । ବୁଧବାର ରାତିରେ ଲାଠିକଟା ପୁଲିସ ସହ ଜଣେ ଦୁର୍ଦ୍ଦାନ୍ତ ଅପରାଧିର ଗୁଳି ବିନିମୟ ହୋଇଛି । ତେବେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ମାଝୀ ଆହତ ହୋଇଛି ।

ସୁନୀଲର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ପୁଲିସ ଗୋଟିଏ ବନ୍ଧୁକ ଜବତ କରିଛି । ସୁନୀଲ ନାଁରେ ବିଭିନ୍ନ ଥାନାରେ ୨ଟି ହତ୍ୟା ଓ ଡକାୟତି ଭଳି ୨୯ଟି ମାମଲା ଥିବା ଜଣା ପଡିଛି ।

ବୁଧବାର ରାତିରେ ସେ ଶିଉଡି ନିକଟରେ ସୂଚନା ପାଇଥିଲା ପୁଲିସ । ତାକୁ ଧରିବାକୁ ଚେଷ୍ଟା କଲାବେଳେ ପୁଲିସ ଉପରକୁ ଗଳି ଚଳାଇଥିଲା ସୁନୀଲ । ତେବେ ପୁଲିସର ପାଲଟା ଗୁଳିରେ ସେ ଜଖମ ହୋଇଛି ।

Related Posts