ଧର୍ମକୁ କିଏ କିପରି ବିଶ୍ୱାସ କରେ ତାହା ତାଙ୍କ ଉପରେ ଛାଡ଼ିଦିଅ; ମହୁଆ ମୋଇତ୍ରୋଙ୍କ ସମର୍ଥନରେ ବାହାରି ଏପରି କହିଲେ ଶଶି ଥରୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଳି ଡକ୍ୟୁମେଣ୍ଟରୀ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପ୍ରଥମେ ଟିଏମସି ସାଂସଦ ମହୁଆ ମିତ୍ର ମା’ କାଳିଙ୍କ ବିଷୟରେ ମନ୍ତବ୍ୟ ଦେଇଥିଲେ । ସେପଟେ ଏପରି ମନ୍ତବ୍ୟକୁ ବିଜେପି ବିରୋଧ କରୁଥିବାରବେଳେ ବର୍ତ୍ତମାନ କଂଗ୍ରେସ ନେତା ଶଶୁ ଥରୁର ମୋଇତ୍ରୋଙ୍କ ସମର୍ଥନରେ ବାହାରିଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଥରୁର ଟୁଇଟ୍ କରି କହିଛନ୍ତି ଯେ, ପ୍ରତ୍ୟେକ ହିନ୍ଦୁ ଜାଣନ୍ତି ଯେ, ମହୋୟା ମିତ୍ର କଣ କହିଛନ୍ତି। ଜଣେ ଧର୍ମକୁ କିପରି ବିଶ୍ୱାସ ରଖେ ତାହା ତାଙ୍କୁ ଛାଡ଼ି ଦିଅ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଶଶି ଥରୁର ଲଗାତାର ଦୁଇଟି ଟ୍ୱିଟ୍ କରିଛନ୍ତି। ମହୁଆ ମିତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ଆଶ୍ଚର‌୍ୟ୍ୟ କରିଛି। ପ୍ରତ୍ୟେକ ହିନ୍ଦୁ ଜାଣିଛନ୍ତି ଏହି ଆକ୍ରମଣ କାହିଁକି ଘଟୁଛି । ହିନ୍ଦୁମାନେ ଜାଣନ୍ତି ଯେ ଦେଶ ଅନେକ ସ୍ଥାନରେ ପୂଜାପାଠ ଭିନ୍ନ ଭିନ୍ନ ଅଟେ।

କେବଳ ସେହି ଭକ୍ତ ଜାଣନ୍ତି ଯେ ଦେବୀଙ୍କୁ କ’ଣ ପ୍ରଦାନ କରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏଭଳି ପରିସ୍ଥିତିରେ ପହଞ୍ଚିଛୁ, ଯଦି ଆମେ ସର୍ବସାଧାରଣ ପ୍ଲାଟଫର୍ମରେ କାହା ବିଷୟରେ କିଛି କହିବା ତେବେ କାହାର ଭାବନା କ୍ଷତିଗ୍ରସ୍ତ ହେବ। ତଥାପି, ଏହା ନିଶ୍ଚିତ ଯେ ମହୁଆ ଅପମାନର ଭାବନାରୁ ଏପରି କହି ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିବେଶକୁ ଥଣ୍ଡା ରଖିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଜଣେ ଧର୍ମରେ କିପରି ବିଶ୍ୱାସ କରେ, ଏହାକୁ ଭକ୍ତଙ୍କ ନିକଟରେ ଛାଡି ଦିଆଯିବା ଉଚିତ୍ ବୋଲି ଶଶି ଥରୁର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts