ଜବତ ହେଲା ଜାକିର ନାଇକଙ୍କର 16 କୋଟିର ସମ୍ପତ୍ତି

ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ବିଭିନ୍ନ ଏଜେନ୍‌ସୀ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ଜାକିର ନାଇକଙ୍କ 16 କୋଟି 40 ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି । ମୁମ୍ବାଇ ଓ ପୁନେରେ ଜାକିର ନାଇକଙ୍କ ପରିବାର ନାଁରେ ଥିବା ପଂଜୀକୃତ ସଂପତ୍ତି ଜବତ କରିବାକୁ ମଧ୍ୟ ପ୍ରୋଭିଜନାଲ ଅର୍ଡର ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । \

ଏଜେନ୍‌ସୀ ଅନୁସାରେ ନାଇକଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ମନି ଲଣ୍ଡ୍ରିଂ ଜରିଆରେ ହାସଲ କରିଥିବା ଅର୍ଥ ଲୁଚାଇବା ପାଇଁ ଜାକିର ସଂପତ୍ତି ନିଜ ନାଁରେ କରି ନ ଥିଲେ । ବେଆଇନ୍ କାର୍ଯ୍ୟକଳାପ ଅଭିଯୋଗରେ ଜାକିର ନାଇକଙ୍କ ବିରୋଧରେ ଏନ୍‌ଆଇଏରେ ମାମଲା ରୁଜୁ ହେଲା ପରେ 2016 ଡିସେମ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଥିଲା ।

Related Posts