ଦିଲ୍ଲୀ ପୋଲିସ୍‌କୁ କୋର୍ଟ କଲେ ଭର୍ତ୍ସନା

ଜେଏନ୍‌ୟୁ ଦେଶଦ୍ରୋହ ମାମଲାରେ ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ସମେତ 10 ଛାତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍‌ର ଚାର୍ଜସିଟ୍‌କୁ ଗ୍ରହଣ କରିନାହାନ୍ତି ଅଦାଲତ । ଚାର୍ଜସିଟ୍‌ପାଇଁ ଦିଲ୍ଲୀ ପୋଲିସକୁ କୋର୍ଟ ଭର୍ତ୍ସନା କରିଛନ୍ତି । ଦିଲ୍ଲୀ ସରକାରଙ୍କ ଅନୁମତି ନ ନେଇ ଚାର୍ଜସିଟ୍ ଦାଖଲ କରାଯାଇଥିବାରୁ କୋର୍ଟ, ପୋଲିସକୁ ସମାଲୋଚନା କରିଛନ୍ତି ।

10 ଦିନ ମଧ୍ୟରେ ଦିଲ୍ଲୀ ସରକାରଙ୍କଠାରୁ ଚାର୍ଜସିଟ୍ ପାଇଁ ମଞ୍ଜୁରୀ ମିଳିଯିବ ବୋଲି ଦିଲ୍ଲୀ ପୋଲିସ କୋର୍ଟରେ କହିଛି । ସିଆରପିସି ଧାରା 196 ଅନୁସାରେ ଯଦି ସରକାର ଅନୁମତି ନ ଦିଅନ୍ତି, ତେବେ କୋର୍ଟ ଦେଶଦ୍ରୋହ ମାମଲାରେ ଚାର୍ଜସିଟ୍‌କୁ ଗ୍ରହଣ କରିପାରିବେ ନାହିଁ । ଗତ 14 ତାରିଖରେ ଜେଏନ୍‌ୟୁ ଦେଶଦ୍ରୋହ ମାମଲାର ତିନି ବର୍ଷ ପରେ କହ୍ନେୟା କୁମାର ଓ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ୍‌ ଦାଖଲ କରିଥିଲା ।

Related Posts