ପୁଣି ନୂଆପଡାରେ ବାଘ ଭୟ : ଦୁଇଟି କଲରାପତରିଆ ବାଘ ବୁଲୁଥିବା ଦେଖିଲେ ଲୋକ

ଦୁଇ ବର୍ଷ ପରେ ନୂଆପଡାରେ ପୁଣି ବାଘ ଭୟ । କୁକୁରାଟାଲ ଗାଁ ମୁସୁରଙ୍ଗି ଜଙ୍ଗଲରେ ଦୁଇଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି । ଗତକାଲି ଗାଁ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଗାଁରେ ପହଞ୍ଚିଛି ନୂଆପଡା ବନ ବିଭାଗ ।

୨୦୧୭ରେ ସ୍ଥାନୀୟ ହଳଦୀ ଗାଁରେ ୨ଟି ବାଘ ବୁଲୁଥିଲେ । ଏକ ୪ ବର୍ଷର ଶିଶୁକୁ ମାଆ କୋଳରୁ ଝାମ୍ପି ନେଇଥିଲେ । ତେବେ ବନବିଭାଗର ଚେଷ୍ଟା ପରେ ସେହି ୨ଟି ବାଘକୁ କାବୁ କରି ନନ୍ଦନକାନନକୁ ଅଣାଯାଇଥିଲା । ଏବେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ବାଘ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

Related Posts