ନୂଆପଡା ମୁସରଙ୍ଗରେ କଲରାପତରିଆ ବାଘ ; ବନବିଭାଗର ତନାଘନା

ସତ୍ୟପାଠ ବ୍ୟୁରୋ : ନୂଆପଡା କୁକୁରାଟାଲ ମୁସରଙ୍ଗରେ ବାଘ ଆତଙ୍କ ଦେଖାଦେବା ପରେ ପଇଁତରା ମାରିଛି ବନ ବିଭାଗ । କ୍ୟାମେରାରେ କଏଦ ହୋଇଥିବା ଭିଜୁଆଲକୁ ବି ତର୍ଜମା କରାଯାଉଛି । କ୍ୟାମେରାରେ ଦୁଇଟି କଲରାପତରିଆ ବାଘ ଦେଖା ଯାଉଥିବା ବେଳେ ଏମାନଙ୍କ ସହ ଦୁଇଟି ବାଘ ଛୁଆ ମଧ୍ୟ ରହିଥିବା ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଯଦିଓ ବାଘ ଦୁଇଟି ଗତକାଲି ସଂଧ୍ୟାରୁ ଜଙ୍ଗଲକୁ ଚାଲି ଯାଇଛନ୍ତିି କିନ୍ତୁ ବାଘ ଭୟରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଲାଗି ରହିଛି । ୨୦୧୭ରେ ହଳଦୀ ଗାଁରେ ବି ଦୁଇଟି ବାଘ ବୁଲୁଥିଲେ ଆଉ ସେତେବେଳେ ମା କୋଳରୁ ୪ବର୍ଷର ଛୁଆକୁ ଝାମ୍ପି ନେଇଥିଲା ବାଘ । ଏହି ଘଟଣା ସେତେବେଳେ ରାଜ୍ୟ ତମାମ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଦୁଇ ବର୍ଷ ପରେ ପୁଣି ବାଘ ଭୟ ସମସ୍ତଙ୍କୁ ଆତଙ୍କିତ କରି ପକାଇଛି ।

ତେବେ ଆଜି ସ୍ଥାନୀୟ ରେଂଜର ଘଟଣାସ୍ଥଳ ପରିଦର୍ଶନରେ ଯାଇ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ବନବିଭାଗର ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । ବାଘର ପାଦଚିହ୍ନକୁ ଅନୁସରଣ କରାଯାଉଛି । ବାଘଟି ଜଙ୍ଗଲର କେଉଁ ଆଡକୁ ଯାଉଛି ତାହାର ଗତିବିଧୀ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏକ ସ୍ୱତନ୍ତ୍ର ଟିମ୍ ଏ ଦିଗରେ ନଜର ରଖିବାକୁ କୁହଯାଇଛି ।

Related Posts