ସମଝୌତା ଏକ୍ସପ୍ରେସ ଛାଡି ପଳାଇଲେ ପାକିସ୍ତାନୀ ଡ୍ରାଇଭର, ଚଳାଇଲେ ଭାରତୀୟ ଡ୍ରାଇଭର

ସତ୍ୟପାଠ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ଯାତାୟତ କରୁଥିବା ସମଝୌତା ଏକ୍ସପ୍ରେସ ଉପରେ ଧାରା ୩୭୦ ଉଚ୍ଛେଦର ବଡ ପ୍ରଭାବ ପଡିଛି । ପାକ୍ ତରଫରୁ ଏହାକୁ ବନ୍ଦ କରି ଦିଆଯିବା ପରେ ଲାହୋରରୁ ନୁଆଦିଲ୍ଲୀ ଆସୁଥିବା ଏକ୍ସପ୍ରେସକୁ ଅଟାରୀ ରେଳ ଷ୍ଟେସନରେ ଛାଡି ପଳାଇଥିଲେ ପାକିସ୍ତାନୀ ଡ୍ରାଇଭର ଓ ଗାଇଡ । ଫଳରେ ୱାଘା-ଅଟାରୀ ବର୍ଡର ଠାରେ ଯାତ୍ରୀଙ୍କୁ ଧରି ଫସି ରହିଥିଲା ଏକ୍ସପ୍ରେସ ।

ଭାରତକୁ ସୁରକ୍ଷିତ ଭାବେ ଟ୍ରେନକୁ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଭାରତ ପକ୍ଷରୁ ଇଂଜିନ, ଗାର୍ଡ ଓ ଡ୍ରାଇଭର ଅଟାରୀ ଠାରେ ପହଂଚି ସମଝୌତା ଏକ୍ସପ୍ରେସକୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆଣିଛନ୍ତି । ୭୬ଜଣ ଭାରତୀୟ ଓ ୪୧ଜଣ ପାକିସ୍ତାନୀ ନାଗରିକଙ୍କୁ ନେଇ ନୂଆଦିଲ୍ଲୀରେ ପହଂଚିଛି ଟ୍ରେନ । ଭୋର ସାଢ଼େ ଗୋଟାଏ ବେଳେ ଟ୍ରେନଟି ଅଟାରୀ ଷ୍ଟେସନ ଛାଡିଥିବା ଜଣାପଡିଛି ।

Related Posts