ଚୂନ ପଥର ଖଣି ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ; ଅନେକ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତିଶଗଡ଼ର ଜଗଦଲପୁରରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଛତିଶଗଡର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଆଜି ଏକ ଚୂନ ପଥର ଖଣି ଭୁଶୁଡ଼ିଯାଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା।

ତେବେ ତାଜା ସୂଚନା ମୁତାବକ ଏବେ ବି ୧୦ ଜଣ ଫସିରହିଛନ୍ତି। ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଂଚିଥିବାବେଳେ ବାସ୍ତବରେ ଖାଦାନରେ କେତେ ଲୋକ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ଏସଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Related Posts