ଅଧିକ ସମୟ ଧରି ଶରୀରରେ କୋଭିଡ ସଂକ୍ରମଣ ରହିଲେ ହେବ ହୃଦଘାତ ଏବଂ ବ୍ରେନ ଷ୍ଟ୍ରୋକ୍ସ: ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: COVID ସଂକ୍ରମଣ ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ, ସଂକ୍ରମଣ ହାର ଓ ଅଧିକ ସମୟ ଧରି ଶରୀରରେ ସଂକ୍ରମଣ ରହିବା ଦ୍ଵାରା ଅନେକ ଶାରୀରିକ ସମସ୍ୟା ଉତ୍ପନ୍ନ ହୁଏ । ଯାହା ଭବିଷ୍ୟତରେ ସୃଷ୍ଟି କରିପାରେ ବଡ ସମସ୍ୟା ।

ଦୀର୍ଘ ସମୟ ଧରି କୋଭିଡ ସଂକ୍ରମିତ ହୋଇ ରହିଲେ ହୃଦଘାତ ଏବଂ ବ୍ରେନ ଷ୍ଟ୍ରୋକ୍ସ ପରି ଭୟାନକ ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ । ମହାମାରୀ ସଂକ୍ରମଣ ସାମାନ୍ୟ ହେଲେ ମଧ୍ୟ, ଯଦି ଦୀର୍ଘ ସମୟ ଧରି ସଂକ୍ରମିତ ହୋଇ ରହୁଛି ତେବେ ଏହା ପ୍ରଭାବିତ ହୋଇପାରେ ଏବଂ ରୋଗୀମାନଙ୍କ ଠାରେ ହାର୍ଟ ଆଟାର୍କ୍ସ ଏବଂ ବ୍ରେନ୍ ଷ୍ଟ୍ରୋକ୍ସ ପରି ସମସ୍ୟା ବୃଦ୍ଧି ପାଇପାରେ ବୋଲି ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଫୋର୍ଟିସ୍ ଏସ୍କର୍ଟସ୍ ହାର୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ୍ ଅଶୋକ ସେଠ୍‌ଙ୍କ ଅନୁଯାୟୀ, ଏକ ଅଧ୍ୟୟନରୁ ଜଣାପଡିଛି ଯେ, ହାର୍ଟ ସମ୍ବନ୍ଧୀୟ ସମସ୍ୟା ଏବଂ ସ୍ନାୟୁଗତ ରୋଗରେ 60% ବୃଦ୍ଧି ଘଟିଛି ।ଡ. ସେଠ୍ କହିଛନ୍ତି, ପାଶ୍ଚାତ୍ୟ ଦେଶରୁ ଏକ ବଡ଼ ତଥ୍ୟ ଅଛି, ଯାହା ଲକ୍ଷ୍ୟ କରିଛି ଯେ, ଏକ ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନେଇ ହୋଇଥିବା ଅଧ୍ୟୟନ ଅନୁଯାୟୀ, ବ୍ରେନ ଷ୍ଟ୍ରୋକ୍ସ ଏବଂ ହାର୍ଟ ଆଟାକ୍ ସାଧାରଣ ଜନସଂଖ୍ୟା ତୁଳନାରେ 60% ବୃଦ୍ଧି ଘଟିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ, COVIDର ପ୍ରଭାବ ଯଦିଓ ସାମାନ୍ୟ ହେଲେ ମଧ୍ୟ ଯଦି ଜଣେ ବ୍ୟକ୍ତିଙ୍କୁ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଂକ୍ରମିତ ହୋଇ ରହୁଛି ତେବେ ଏହା ହାର୍ଟ ଆର୍ଟାକ୍ସ ଏବଂ ବ୍ରେନ ଷ୍ଟ୍ରୋକର ବୃଦ୍ଧି ଘଟାଇପାରେ ।”

Related Posts