ଫ୍ରାନ୍ସର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେଲେ ମାକ୍ରୋନ

ନୂଆଦିଲ୍ଲୀ: ପୁଣି ଥରେ ବାଜି ମରିନେଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ | ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମାକ୍ରୋନଙ୍କୁ ୫୮.୨ ପ୍ରତିଶତ ଭୋଟ୍ ମିଳିଛି । ସେ ମରିନ୍ ଲେ ପେନଙ୍କୁ ପରାସ୍ତ କରି ଲଗାତର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରୋନଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।

ମାକ୍ରନ୍ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନୁଷ୍ଠିତ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନଙ୍କ ସହିତ ତାଙ୍କର ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କଡ଼ା ମୁକାବିଲା ଭିତରେ ମାକ୍ରନ୍ ୫୮ ପ୍ରତିଶତ ଭୋଟ୍ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଲି ପେନ୍ ଙ୍କୁ ୪୨ ପ୍ରତିଶତ ଭୋଟ୍ ମିଳିଛି।

ଗତ ନିର୍ବାଚନ ତୁଳନାରେ ଏଥର କମ୍ ମତଦାନ ହୋଇଥିଲା। ବିଜୟ ପରେ ମାକ୍ରନ୍ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମ ଜାରି ରଖିବେ। ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି। ୟୁକ୍ରେନ୍ ସଙ୍କଟ ନେଇ ମାକ୍ରନଙ୍କ ନୀତିକୁ ଦେଶର ଯୁବ ବର୍ଗ ସମର୍ଥନ କରିଛନ୍ତି । ଯାହା ଭୋଟରେ ପ୍ରତିଫଳିତ ହୋଇଛି । ୨୦୧୭ ନିର୍ବାଚନରେ ଏହି ଦୁଇ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏବଂ ଫଳ ସମାନ ଥଲା ।

୪୪ ବର୍ଷିୟ ରାଷ୍ଟ୍ରପତି ମାକ୍ରନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ୨୦୦୨ ପରେ ଲଗାତାର ଦ୍ୱତୀୟ ଥର ପାଇଁ ବିଜୟୀ ହୋଇଛନ୍ତି । ହାରିବା ପରେ ଲେ ପେନ ପ୍ରତିପକ୍ଷଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜୟୀ ନେତାଙ୍କ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅତି ଘନିଷ୍ଠ ସମ୍ପର୍କ ରହିଛି । ସେ ଫ୍ରାନ୍ସ ସରକାରକୁ ଅ।।ମେରିକାର ଡୋଲାଡ ଟ୍ରମ୍ପ ଏବଂ ବ୍ରିଟେନର ବ୍ରେକ୍ସିଟ୍ ସରକାର ସହ ତୁଳନା କରିଛନ୍ତି ।

Related Posts