ଭୁବନେଶ୍ବର ଜାଆଁଳାରେ ଗୁଳିକାଣ୍ଡ: ସୁନା ଦୋକାନୀ ବାପପୁଅଙ୍କଠୁ ଲୁଟ ଉଦେଶ୍ୟରେ ଗୁଳିମାଡ

ଭୁବନେଶ୍ୱର: ଭୁବନେଶ୍ବର ଜାଆଁଳାରେ ଫୁଟିଲା ଗୁଳି | ଜଣେ ସୁନା ଦୋକାନୀ ବାପା ଓ ପୁଅ ଉପରେ ଦୁର୍ବୁତ୍ତ ମାନେ କରିଛନ୍ତି ଗୁଳି | ଦୋକାନୀଙ୍କ ଠୁ ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ବାପ ପୁଅ ଗୁରୁତର ହୋଇଛନ୍ତି ।

ସୂଚନାନୁସାରେ, ଉଭୟ ବାପା ଓ ପୁଅ ସୁନାଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ପୂର୍ବରୁ ରାସ୍ତାରେ ଲୁଚି ରହିଥିବା ଦୁର୍ବୃତ୍ତ ଏମାନଙ୍କୁ ଉପରକୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଧରି ପାରିନଥିଲେ । ସୁନା ଦୋକାନୀଙ୍କ ପୁଅ ଗୋଡ଼ରେ ଗୁଳି ବାଜିଛି । ତେବେ କେତେଜଣ ଦୁର୍ବୃତ୍ତ ଏଥିରେ ସାମିଲ ଥିଲେ ତାହା ଜଣାପଡିନାହିଁ । ଗୁରୁତର ବାପ ପୁଅଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତ ବାପପୁଅଦ୍ୱୟ ହେଲେ ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ସୁବୁଦ୍ଧି ।

ଉଭୟ ଭଗବାନ ଓ ଲୋକନାଥ ଯାଆଁଳା ବଜାରରେ ନିଜ ସୁନା ଦେକାନକୁ ବନ୍ଦ କରି ଗତକାଲି ରାତିରେ ଘରକୁ ଫେରୁଥିଲେ। ମାତ୍ର ଗାଁ ନିକଟ ନିଛାଟିଆ ଅନ୍ଧାର ରାସ୍ତାରେ ଲୁଟେରାମାନେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରି ଲୁଟ୍‌ ଉଦ୍ୟମ କରିଥିଲେ । ଉଭୟ ବାପପୁଅ ଏହାକୁ ବିରୋଧ କରିବାରୁ ଲୁଟେରା ସେମାନଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଥିଲେ ।

ଗୋଟିଏ ଗୁଳି ପୁଅ ଲୋକନାଥଙ୍କ ଗୋଡରେ ବାଜିଥିବା ବେଳେ ଭଗବାନ ମଧ୍ୟ ଆହତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାପପୁଅଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ଲୁଟେରାମାନେ ସୁନା ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପାଇ ଯାଆଁଳା ଫାଣ୍ଡି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି |

Related Posts