ଭିକ୍ଷା ମାଗିବା ସମୟରେ ଜଣେ ସାଧୁଙ୍କୁ ମାଡ ମାରିବା ସହ ଲଣ୍ଡା କଲେ କିଛି ଯୁବକ: ଭିଡିଓ ଭାଇରାଲ

ଭୋପାଳ: ମଧ୍ୟପ୍ରଦେଶ ଖଣ୍ଡୱାରର ପଟଜନରେ ଘଟିଛି ଏକ ଅଭାବନୀୟ ଘଟଣା | ସବୁ ସୀମା ପାର କରିଛି ଏହି ଘଟଣା । ଜଣେ ସାଧୁଙ୍କ ସହ ଖରାପ ବ୍ୟବହାର କରାଯାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଯୁବକ ଜଣେ ସାଧୁଙ୍କୁ ଘେରି ତାଙ୍କୁ ମାଡ ମାରିବା ସହିତ ଜବରଦସ୍ତ ଲଣ୍ଡା କରୁଥିବା ଦେଖିବାକୁ ମିଳିଛି ।

ଏ ଘଟଣାକୁ ଲୋକ ଦର୍ଶକ ସାଜି ଦେଖୁଥିଲେ କେହି ପ୍ରତିବାଦ କରିନଥଲେ । ଭିଡିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସ୍ଥାନୀୟ ଲୋକ । ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମଧ୍ୟପ୍ରଦେଶ ଖଣ୍ଡୱାରର ପଟଜନର ଘଟିଛି ଏହି ଘଟଣା ।

ଜଣେ ସାଧୁ ପାଟଜନ ଗ୍ରାମରେ ସାପ୍ତାହିକ ହାଟରେ ଭିକ୍ଷା ମାଗୁଥିଲେ । ସେତେବେଳେ ଏକ ରେସ୍ତୋରାଁ ମାଲିକଙ୍କ ପୁଅ ସେଠାରେ ପହଞ୍ଚିଥିଲେ | ସେ ସାଧୁଙ୍କ ଚୁଟିକୁ ଧରି ଟାଣି ନେବାବେଳେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ସେ କାହିଁକି ସାଧୁଙ୍କୁ ମାଡ ମାରୁଥିଲେ, ଏ ସମ୍ପର୍କରେ ଜଣା ପଡିନାହିଁ। ସାଧୁଙ୍କୁ ଏକ ଦୋକାନକୁ ନେଇ ତାଙ୍କ ଚୁଟି କାଟିଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ ସାଧୁ ଜଣଙ୍କ ସେମାନଙ୍କ କବଳରୁ ଖସି ପଳାଇଥିଲେ ।ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରିଛି । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ କରୁଥିବା କହିଛନ୍ତି । ଏ ଯାଏଁ ଥାନାରେ ସାଧୁଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ସାଧୁଙ୍କୁ ଖୋଜା ଚାଲିଛି ପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଏସପି ବିବେକ ସିଂ ।

Related Posts