ଥାନାରେ ସାମ୍ବାଦିକ ଓ ତାଙ୍କର ବନ୍ଧୁଙ୍କ କପଡ଼ା ଖୋଲିବା ଘଟଣା: ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ମଧ୍ୟପ୍ରଦେଶ ସରକାର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସିଧି ଜିଲ୍ଲା ଥାନାରେ ସାମ୍ବାଦିକ ଓ ତାଙ୍କର ଜଣେ ବନ୍ଧୁଙ୍କ କପଡ଼ା ଖୋଲିବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ | ଶିବରାଜ ସରକାର ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି | ଏଥିସହ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରିପୋର୍ଟ ମାଗିଛନ୍ତି।

ସୂଚନାଯୋଗ୍ୟ, ଥାନାରେ ଜଣେ ସାମ୍ବାଦିକ ଓ ତାଙ୍କର ବନ୍ଧୁମାନେ ଅଣ୍ଡରୱେର କପଡ଼ା ପିନ୍ଧି ଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ସରକାର ଏବାବଦରେ ଅବଗତ ହୋଇଥିଲେ। ରାଜ୍ୟ ସରକାର ଏହି ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୂଚନା ଅନୁସାରେ ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଏକ ଥାନା ପରିସରରେ ଜଣେ ସାମ୍ବାଦିକ ଓ ତାଙ୍କର ବନ୍ଧୁମାନଙ୍କୁ ଅଣ୍ଡରୱେର ପୋଷାକରେ ଛିଡ଼ା କରାଯାଇଥିବା ଫଟୋ ଭାଇରାଲ ହୋଇଥିଲା। କୁହାଯାଉଛି ଯେ, ଧାରଣାରତ ଲୋକଙ୍କୁ ପୋଲିସ ଗିରଫ କରିଥିଲା ଏବଂ ଥାନାରେ ନିର୍ଯାତନା ଦେଇଥିଲା ଏଥି ସହିତ ସାମ୍ବାଦିକ ଓ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲା। ମୁଖ୍ୟମନ୍ତ୍ରୀ ଏହି ଘଟଣାର ସଂପୂର୍ଣ୍ଣ ବିବରଣୀ ମାଗିଛନ୍ତି।

ଏଥି ସହିତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related Posts