ବସ୍ତିର ଝିଅ ହେଲେ କଟକର ଡେପୁଟୀ ମେୟର

କଟକ: କଟକ ମହାନଗର ନିଗମର ଚତୁର୍ଥ ଡେପୁଟୀ ମେୟର ହୋଇଛନ୍ତି ବସ୍ତିର ଝିଅ ଦମୟନ୍ତୀ ମାଝୀ । କଟକ ପୌର ନିଗମର ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିବା ଦମୟନ୍ତୀଙ୍କୁ ସର୍ବକନିଷ୍ଠ ଡେପୁଟୀ ମେୟର କୁହାଯାଉଛି । ଅନୁସୂଚିତ ଜନଜାତି ବର୍ଗର ଦମୟନ୍ତୀ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ବାଣିଜ୍ୟର ଦ୍ୱିତୀୟ ବର୍ଷର ଛାତ୍ରୀ । କେନ୍ଦୁଝର ଅଂଚଳର ମୂଳବାସିନ୍ଦା ଦମୟନ୍ତୀ କଟକ ଜଗତପୁର ବାଲିସାହି ବସ୍ତିରେ ୪୯ ନମ୍ବର ୱାର୍ଡର ଦମୟନ୍ତୀ ମାଝୀ। ବାଲିସାହି ବସ୍ତିରେ ତାଙ୍କର ଭଙ୍ଗା ଅଜବେଷ୍ଟସ୍‌ ଘର। ତାହାରି ଭିତରେ ବିତୁଥିଲା ଦମୟନ୍ତୀ, ମାଆ ସାରା ମାଝୀ ଓ ଦୁଇ ଭାଇ-ଭଉଣୀଙ୍କ ସଂଘର୍ଷର ଜୀବନ। ୫ ବର୍ଷ ତଳେ ବାପାଙ୍କୁ ହରାଇଥିଲା ବେଳେ ଦମୟନ୍ତୀ ରେଭେନ୍ସାରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ।

ବାପା ଚାଲିଯିବା ପରେ ମା’ ତାଙ୍କର ଦିନମଜୁରିଆ କାମ କରି ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଦମୟନ୍ତୀଙ୍କର ଜଣେ ସାନ ଭଉଣୀ ଓ ସାନ ଭାଇ ଅଛନ୍ତି । ଘରର ବଡ଼ ହୋଇଥିବାରୁ ଦମୟନ୍ତୀଙ୍କ ଉପରେ ଦାୟିତ୍ୱ ଅଧିକ ରହିଛି । ଆଉ ଏଭଳି ସମୟରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ ।

ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ ଦମୟନ୍ତୀ ହେଉଛନ୍ତି କଟକର ସର୍ଵକନିଷ୍ଠ କର୍ପୋରେଟର ।

ସେ ମଧ୍ୟ ନିରାଶ ନକରି ବିପୁଳ ଜନମତରେ ବିଜୟ ହାସଲ କରିଥିଲେ । ତେବେ ଦମୟନ୍ତୀଙ୍କୁ ପ୍ରାର୍ଥୀ କରିବା ଏବଂ ତାଙ୍କ ନାମ ଡେପୁଟୀ ମେୟର ପଦ ପାଇଁ ସୁପାରିସ୍ କରିବା ପରେ ପୂର୍ବତନ ଟାଙ୍ଗୀ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାଠ ପଢ଼ୁଥିବା ବେଳେ ତାଙ୍କୁ ଏଭଳି ସୁଯୋଗ ମିଳିବା ସୌଭାଗ୍ୟ କଥା ବୋଲି କହିଛନ୍ତି ଦମୟନ୍ତୀ ।

Related Posts