ମହାରାଷ୍ଟ୍ର ମହାସଙ୍କଟ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ କଥା ହେଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ମହାରାଷ୍ଟ୍ର ସରକାର ର ଗଦି ଟଳମଳ ହେଉଥିବା ବେଳେ, ଶିବସେନାର ବିଦ୍ରୋହୀ ନେତାଙ୍କ ବିଦ୍ରୋହ ଉଦ୍ଧବ ସରକାରଙ୍କ ଅକଲ ଗୁଡୁମ କରିଦେଇଛି । ୪୦ ବିଧାୟକଙ୍କୁ ନେଇ ଗୌହାଟୀରେ ସରକାର ଭାଙ୍ଗିବାକୁ ରଣନୀତି ଚଳାଇଛନ୍ତି ଏକନାଥ ସିନ୍ଧେ । ଯଦିଓ ଏନସିପି ଏବଂ କଂଗ୍ରେସ ମହାବିକାଶ ଅଘାଡି ସପକ୍ଷରେ ରହିଛନ୍ତି, ତଥାପି ବିଦ୍ରୋହୀଙ୍କୁ ମାତ୍ ଦେବାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନାକେଦମ ହେଉଛନ୍ତି । ଏପରି ସ୍ଥିତିରେ ଉଦ୍ଧବଙ୍କ ସହ ଫୋନରେ କଥା ହେଇଛନ୍ତି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ।

”ଏହି ସଙ୍କଟ ସମୟରେ ଆମେ ଆପଣଙ୍କ ସହ ରହିଛୁ, ବ୍ୟସ୍ତ ହୁଅନ୍ତୁ ନାହିଁ” ବୋଲି ସୋନିଆ ଆଶ୍ବାସନା ଦେଇଛନ୍ତି । ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ NCP ମୁଖ୍ୟ ଶରଦ ପାୱାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ଏବେ କଂଗ୍ରେସ ହାଇକାମାଣ୍ଡ ତାଙ୍କ ସହ ଆଲୋଚନା କରି ସାହାସ ବଢାଇଛନ୍ତି । କଂଗ୍ରେସ ଆରମ୍ଭରୁ ଉଦ୍ଧବଙ୍କ ବିଶ୍ବସ୍ତ ରହିଆସିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ମଧ୍ୟ ମୁମ୍ବାଇ ଆସିବା ସମୟରେ ନିଜର ପୂର୍ଣ୍ଣ ସମର୍ଥନ ଦେଖାଇଛନ୍ତି ।

Related Posts