ମହାରାଷ୍ଟ୍ର ସଙ୍କଟ; ସମର୍ଥନ ପ୍ରତ୍ୟାହାର କରିପାରେ ଏନସିପି !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ଯକୌଣସି ସମୟରେ ସରକାର ଭାଙ୍ଗିଯାଇପାରେ । କେବଳ ବିଦ୍ରୋହୀ ବିଧାୟକ ନୁହନ୍ତି, ଏବେ ଏନସିପି ଓ କଂଗ୍ରେସ ମଧ୍ୟ ଶିବସେନା ଉପରେ ଅସନ୍ତୁଷ୍ଟ ହୋଇଯାଇଛନ୍ତି । ଏପରିକି ଏନସିପି ସମର୍ଥନ ପ୍ରତ୍ୟାହାର ସଂପର୍କରେ ସଂକେତ ଦେଇଛି । ମିଳିଥିବା ଶିବସେନା ନେତା ସଂଜୟ ରାଉତଙ୍କ ଏକ ମନ୍ତବ୍ୟକୁ ନେଇ ଦୁଇ ସହଯୋଗୀ ଦଳ ଏନସିପି ଓ କଂଗ୍ରେସ ରାଗିଯାଇଛନ୍ତି ।

ଆଜି ସଂଜୟ ରାଉତ କହିଥିଲେ ଯେ ଶିବସେନା ମହାବିକାଶ ଅଘାଡି (ଏମଭିଏ) ସରକାର ଛାଡୁବୋଲି ଯଦି ବିଦ୍ରୋହୀ ବିଧାୟକମାନେ ଚାହୁଁଛନ୍ତି, ତେବେ ସେମାନେ ଏ ସଂପର୍କରେ ମୁମ୍ବାଇକୁ ଆସି ଉଦ୍ଧବଙ୍କ ସହ ଆଲୋଚନା କରନ୍ତୁ । ହିନ୍ଦୁତ୍ବ ପ୍ରସଙ୍ଗରେ ଏହା କରିବାକୁ ଶିବସେନା ରାଜି ଅଛନ୍ତି । ଏ ସଂପର୍କରେ ଏନସିପି ନେତା ଛଗନ ଭୁଜବଳ କହିଛନ୍ତି ଯେ ଯଦି ଶିବସେନା ଏମଭିଏ ଛାଡ଼ିବାକୁ ଚାହୁଁଛି ତେବେ ସେମାନେ ଏସଂପର୍କରେ ଶରଦ ପାଓ୍ବାରଙ୍କ ସହ ଆଲୋଚନା କରନ୍ତୁ । ସେମାନଙ୍କୁ କେହି ଅଟକାଉ ନାହାନ୍ତି, ପ୍ରତ୍ୟେକ ଦଳ ନିଜ ଇଛା ଅନୁସାରେ ଯାଇପାରିବ ବୋଲି କହିଛନ୍ତି ।

Related Posts