କ୍ଷମତା ଠାରୁ ଅଧିକ ପିଲାଙ୍କୁ ନେଉଥିବାର ଦେଖି ସ୍କୁଲ ବସକୁ ଅଟକାଇ ତାଗିଦ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ଷମତା ଠାରୁ ଅଧିକ ପିଲାଙ୍କୁ ନେଉଥିବାର ଦେଖି ସ୍କୁଲ ବସକୁ ଅଟକାଇ ତାଗିଦ କଲେ ଗଣଶିକ୍ଷା ମନ୍ତ୍ରୀ । ତେବେ କେନ୍ଦୁଝର ଆସୁଥିବା ସମୟରେ ଆନନ୍ଦପୁର ଅଞ୍ଚଳରେ ଥିବା ବେସରକାରୀ ପ୍ରାଣବଲ୍ଲଭ ପବ୍ଲିକ୍ ସ୍କୁଲର ୨ଟି ବସ୍ କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ନେଇଯାଉଥିବା ବେଳେ ବସ ୨ଟିକୁ ଅଟକାଇ ଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଅଟକ ରଖିବା ପରେ ବସ୍ ନିକଟକୁ ଯାଇ ଅଧିକ ଛାତ୍ରଛାତ୍ରୀ ଥିବା ଦେଖି ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେବା ପରେ ଘସିପୁରା ପୋଲିସ ଦୁଇଟି ଯାକ ବସର କାଗଜପତ୍ର ଯାଞ୍ଚ ଚାଲିଛି । ପୂର୍ବରୁ ଅନେକ ଥର ଏହି ବିଦ୍ୟାଳୟର ବସ ବିଷୟରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ ତେଣୁ ମନ୍ତ୍ରୀଙ୍କ ଏତାଦୃଶ କାମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।

Related Posts