ବିଜେଡିରେ ଯୋଗଦେଲେ ପଦ୍ମପୁରର ମହେନ୍ଦ୍ର ବଢେଇ, ନିକଟରେ ନୂଆପଡ଼ା ଜିଲ୍ଲା ସହକାରୀ ଜିଲ୍ଲାପାଳ ପଦରୁ ନେଇଥିଲେ ସ୍ୱେଚ୍ଛାକୃତ ଅବସର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ସମର୍ଥକଙ୍କ ସହ ସେ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ବଢେଇ ନୂଆପଡ଼ା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ହେଲେ ନିକଟରେ ସେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଥିଲେ । ଏହାପରେ ଗୁରୁବାର ଦିନ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ତେବେ ମହେନ୍ଦ୍ର ବଢାଇଙ୍କ ନିଜ ଘର ବରଗଡ ଜିଲ୍ଲା ପଦ୍ମପୁରରେ। ଆଗକୁ ପଦ୍ମପୁର ଉପନିର୍ବାଚନ ଥିବା ବେଳେ ଆଜି ତାଙ୍କର ବିଜେଡିର ମିଶ୍ରଣ ଦଳ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି।

ବିଜେଡି ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ଝିଅ ବର୍ଷା ବରିହା ପ୍ରାର୍ଥୀ ହୋଇଛନ୍ତି। ଆଜି ସେ ନାମାଙ୍କନ ଦାଖଲ କରିବେ। ତେବେ ନିଜ ଖାତାରେ ଥିବା ପଦ୍ମପୁର ଆସନକୁ ଜିତିବା ପାଇଁ ବିଜେଡି ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏଥିପାଇଁ ଲଗାତାର ଭାବରେ ପଦ୍ମପୁର ଅଞ୍ଚଳର ଅନେକ ନେତାଙ୍କୁ ବିଜେଡିରେ ସାମିଲ କରାଯାଉଛି। ନିକଟରେ ପଦ୍ମପୁରର ରାଜୁ ଘିବେଲାଙ୍କୁ ବିଜେଡି ରେ ସାମିଲ କରାଯାଇଥିଲା। ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଦଳରେ ସାମିଲ ହେବାପରେ ତାଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ ପଦ ମିଳିଥିଲା।

Related Posts