ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ

ସତ୍ୟପାଠ ବ୍ୟୁରୋ : ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ୯ ଜଣ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ବିଧାନସଭା ସଚିବ ପଦରେ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ତୁଲାଇବେ। ଆଇଟି ବିଭାଗର ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ଓଏମସିରେ ଓଏସଡି ଥିବା ଓଏଏସ ମନୋଜ କୁମାର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ବଦଳି କରାଯାଇଛି।

ସେହିପରି ଆଇଏଏସ ଦାଶରଥୀ ଶତପଥୀଙ୍କୁ ବିଧାନସଭା ସଚିବ ଭାବେ ବଦଳି କରାଯାଇଛି। ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ, ଅଞ୍ଜନ କୁମାର ମାଣିକଙ୍କୁ ଅବକାରୀ କମିଶନର, ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ସମବାୟ ସୋସାଇଟି ରେଜିଷ୍ଟ୍ରାର, ପ୍ରସନ୍ନ କୁମାର ସେନାପତିଙ୍କୁ ରେଜିଷ୍ଟ୍ରେସନ ଆଇଜି, ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଡ଼ିଶା ପର୍ଯ୍ୟଟନ ବିକାଶ ନିମର ପରିଚାଳନା ନିର୍ଦ୍ଦେଶକ(ଅତିରିକ୍ତ ଦାୟିତ୍ୱ), ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ, ଅରବିନ୍ଦ ଅଗ୍ରୱାଲଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ, ମିଶନ ଶକ୍ତି ନିର୍ଦ୍ଦେଶକ ଓ ଓଏମବିଏଡିସି ସିଇଓ ଭାବେ ବଦଳି କରାଯାଇଛି।

ସେହିପରି ଆଇଏଏସ୍ ଶରତ ଚନ୍ଦ୍ର ନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଭୁୂପିନ୍ଦର ସି ପୁନିଆଙ୍କୁ ଓପେପା ଓ ରାମସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ(ଅତିରିକ୍ତ ଦାୟିତ୍ୱ), ଗୁହା ପୁନମ ତାପସ କୁମାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ଅତିରିକ୍ତ ଦାୟିତ୍ୱ ଭାବେ ବିଡିଏ ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟସିଟି ସିଇଓ ଭାବେ ବଦଳି କରାଯାଇଛି। ସେହିପରି ଆଇଏଏସ୍ ଜି ରେଘୁଙ୍କୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ, ସୁରେନ୍ଦ୍ର କୁମାର ମୀନାଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ,ଆଇଏଏସ୍ ଅନ୍ୟନ୍ୟା ଦାସଙ୍କୁ କଟକ ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି।

Related Posts