ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ସତ୍ୟପାଠ ବ୍ୟୁରୋ : ପ୍ରତିଷ୍ଠିତ ଆଇଟି ଫାର୍ମ ମାଇଣ୍ଡ-ଟ୍ରି ସହପ୍ରତିଷ୍ଠାତା ସୁବ୍ରତ ବାଗଚୀଙ୍କୁ ପୁଣିଥରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ମଧ୍ୟ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଶ୍ରୀ ବାଗଚୀଙ୍କୁ ୨୦୧୬ ମେ’ ୧ ତାରିଖରେ ନିଯୁକ୍ତି ମିଳିଥିଲା। ଇତିମଧ୍ୟରେ ଶ୍ରୀ ବାଗଚୀ ମାଇଣ୍ଡଟ୍ରି ର ପରିଚାଳନା ବୋର୍ଡରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।

ସେହିପରି ଶିକ୍ଷାବିତ୍ ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମଧ୍ୟ ମିଳିବ ।

Related Posts