ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀଙ୍କ ଆଗ୍ରହ ପ୍ରକାଶ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ ୫ ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନୀ ।

ଏନେଇ ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨ର ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏଥିରେ ଯେଉଁ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଯେଉଁ କମ୍ପାନୀ ନିବେଶ କରିବାକୁ ଚାହିଁବେ ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟରେ ଜମି ଯୋଗାଇଦେବେ ସରକାର । ପିପିଟି ମୋଡ଼ରେ ଏହି ୪ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ରାଜ୍ୟ ସରକାର ।

Related Posts