ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଡିସେମ୍ବର ମାସ ସୁଦ୍ଧା ଭାଙ୍ଗିଯିବ : ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ରାଜ୍ୟର ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ସରକାର ଡିସେମ୍ବର ମାସ ସୁଦ୍ଧା ଭାଙ୍ଗିଯିବା। ରାଜ୍ୟରେ ୨୦୨୪ ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ବୋଲି ସେ ଦାବି କରିଛନ୍ତି।ଶୁଭେନ୍ଦୁଙ୍କ ଏହି ବିବୃତ୍ତି ଉପରେ ରାଜ୍ୟରେ ରାଜନୈତିକ କଳ୍ପନାଜଳ୍ପନା ଜୋର୍ ଧରିଛି। ଯଦିଓ ଶୁଭେନ୍ଦୁ ଏଭଳି ଦାବି ପ୍ରଥମ ଥର କରୁ ନାହାନ୍ତି, କିନ୍ତୁ ଏଥର ସେ ନିଦ୍ଦିଷ୍ଟ ସମୟ ସୀମା କହିଥିବାରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଶୁଭେନ୍ଦୁ କହିଛନ୍ତି କିଛି ମାସ ଅପେକ୍ଷା କର, ଚଳିତ ବର୍ଷ ଡିସେମ୍ବରରେ ପଶ୍ଚିମବଙ୍ଗର ମମତା ସରକାର କ୍ଷମତାଚ୍ୟୁତ ହେବେ।

ତେବେ ଶୁଭେନ୍ଦୁ ଙ୍କ ଦାବି ପରେ ତୃଣମୂଳ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସୁଖେନ୍ଦୁ ଶେଖର କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ହଟାଇବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଖୁବ ଶୀଘ୍ର ସମୟ ଆସିବ ଯେତେବେଳେ ବିଜେପି ଦେଶରୁ ମୂଳପୋଛ ହୋଇଯିବ।

ସୂଚନା ଅନୁସାରେ ନିକଟରେ ଶୁଭେନ୍ଦୁ ଆଡିକାରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ୧୦୦ ଜଣ ଦୁର୍ନୀତି ଗ୍ରସ୍ତ ଟିଏମସି ନେତାଙ୍କ ତାଲିକା ଦାଖଲ କରିଥିଲେ। ଶୁଭେନ୍ଦ ବାରମ୍ବାର ଦାବି କରୁଛନ୍ତି ଯେ ଝାଡଖଣ୍ଡ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ଭଳି ରାଜନୈତିକ ପରିସ୍ଥିତି ସୃଷ୍ଟି ହେବ ଓ ସେଠାରେ ଖୁବ୍ ଶୀଘ୍ର ସରକାର ଭାଙ୍ଗିଯିବ।

Related Posts